କୋହଲି-ରୋହିତ କରୁଥିଲେ ମସ୍ତି, ସେମାନଙ୍କ ପିଲାଙ୍କୁ ସମ୍ଭାଳିଥିଲେ ଏହି କ୍ରିକେଟର୍
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ମାର୍ଚ୍ଚ ୨୬ରେ ପୁଣେରେ ଖେଳାଯିବ। ପ୍ରଥମ ଦିନିକିଆ ଜିତି ଭାରତ ସିରିଜ୍ରେ ଦୃଢ ସ୍ଥିତିରେ ଅଛି। ଏହି ସମୟରେ ଭାରତୀୟ ଖେଳାଳି ମସ୍ତି ମୁଡ୍ରେ ଥିବା ସୋସିଆଲ ମିଡିଆରେ ନଜର ଆସିଛନ୍ତି। ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ମିଶି ହୋଟେଲରେ ମଜା କରୁଥିବା ଫଟୋ ଏବେ ଭାଇରାଲ ହୋଇଛି। ଏହି ସମୟରେ ଖେଳାଳିଙ୍କ ପିଲାମାନଙ୍କର ଦାୟିତ୍ୱ ନେଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ କେ.ଏଲ ରାହୁଲ। ସେ ପିଲାଙ୍କୁ ସମ୍ଭାଳି ଥିବାବେଳେ ଖେଳାଳିମାନେ ଖାଦ୍ୟପେୟରେ ବ୍ୟସ୍ତ ଥିବା ଫଟୋରେ ଦେଖାଯାଇଛି। ସୂଚନାଯୋଗ୍ୟ, କରୋନା ସମୟରେ ବିସିସିଆଇ ଖେଳାଳିଙ୍କ ପରିବାରକୁ ଦଳ ସହ ରହିବାକୁ ଅନୁମତି ଦେଇଛି। ଏହାପରେ ପରେ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିରାଟ କୋହଲି ନିଜ ସ୍ତ୍ରୀ, ପିଲାଙ୍କ ସହ ପୁଣେରେ ଅଛନ୍ତି।