Advertisement

Ind Vs Eng Live Streaming: ୫ ଚ୍ୟାନେଲରେ  ହେବ ମ୍ୟାଚ୍‌ର ସିଧା ପ୍ରସାରଣ, କେତେବେଳେ ହେବ ଆରମ୍ଭ? ଜାଣନ୍ତୁ ସମସ୍ତ ସୂଚନା…

ନୂଆଦିଲ୍ଲୀ,୨୪।୧: ଭାରତ-ଇଲଂଣ୍ଡ ମଧ୍ୟରେ ଜାନୁଆରୀ ୨୫ରୁ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ପ୍ରାୟ ଦୀର୍ଘ ୩ ମାସ ଧରି ଚାଲିବ। ଏନେଇ ଘୋଷଣା ହେବା ପରଠାରୁ ଏହା କେଉଁ ଚ୍ୟାନେଲରେ ପ୍ରସାରିତ ହେବ ସେନେଇ ଭାରତୀୟ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।
ସିରିଜରେ ୫ ମ୍ୟାଚ୍‌ ଖେଳାଯିବ। ହାଇଦ୍ରାବାଦରେ ଏହି ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ବାକି ମ୍ୟାଚ୍‌ ମଧ୍ୟରେ ଦୀର୍ଘଦିନର ବିରତି ରହିଛି। ଏହି କାରଣରୁ ସିରିଜଟି ୩ ମାସ ଯାଏ ଟାଣି ହୋଇଛି। ଏହାର ପ୍ରସାରଣ ବିଷୟରେ କହିଲେ ଟେଲିଭିଜନରେ ଏହା ସ୍ପେଟ୍ସ ୧୮ ରେ ଦେଖିହେବ। ଏଥିସହ ଜିଓ ସିନେମାରେ ଏହାର ଡିଜିଟାଲ ପ୍ରସାରଣ ହେବ। ଏହି ଦୁଇ ପ୍ରମୁଖ ଚ୍ୟାନେଲ ବ୍ୟତିତ ଟେଷ୍ଟ ସିରିଜର ପ୍ରସାରଣ ସ୍ପୋଟ୍ସ ୧୮ ଏଚ୍‌ଡି, କଲର୍ସ ସିନେପ୍ଲେକ୍ସ ଏସ୍‌ଡି ଏବଂ ଏଚ୍‌ଡିରେ ମଧ୍ୟ ହେବ। ପ୍ରତ୍ୟହ ସକାଳ ୯.୩୦ରେ ଆରମ୍ଭ ହୋଇ ଅପରାହ୍ନ ୪.୩୦ ଯାଏ ଚାଲିବ।
୧ମ ଟେଷ୍ଟ-୨୫ରୁ ୨୯ ଜାନୁଆରୀ, ହାଇଦ୍ରାବାଦ
୨ୟ ଟେଷ୍ଟ-୨ରୁ ୬ ଫେବୃଆରୀ, ବିଶାଖାପାଟଣା
୩ୟ ଟେଷ୍ଟ-୧୫-୧୯ ଫେବୃଆରୀ, ରାଜକୋଟ
୪ର୍ଥ ଟେଷ୍ଟ-୨୩-୨୭ ଫେବୃଆରୀ, ରାଞ୍ଚି
୫ମ ଟେଷ୍ଟ-୭-୧୧ ମାର୍ଚ୍ଚ, ଧର୍ମଶାଳା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share