Categories: ଖେଳ

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ରିଙ୍କୁ-କ୍ରିଷ୍ଣା କଲେ ଡେବ୍ୟୁ

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯାଉଛି। ଏଥିରେ ଭାରତୀୟ ଅଧିନାୟକ ଜସପ୍ରିତ ବୁମ୍‌ରା ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଦଳ ପକ୍ଷରୁ ରିଙ୍କୁ ସିଂହ ଏବଂ ପ୍ରସିଦ୍ଧ କ୍ରିଷ୍ଣା ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି। ଉଭୟଙ୍କୁ ଅଧିନାୟକ ବୁମ୍‌ରା କ୍ୟାପ୍‌ ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ସିରିଜରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ଅନ୍ୟ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଆଇପିଏଲ ଷ୍ଟାର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ, ଋତୁରାଜ ଗାୟକଓ୍ବାଡ, ଶିବମ ଦୁବେ, ତିଳକ ବର୍ମାଙ୍କ ସହ ଅନେକ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି।

Share