Categories: ଖେଳ

ଭାରତ ବିପକ୍ଷ ସିରିଜ ଆରମ୍ଭ ହେବା ପୂର୍ବରୁ ମାଲାମାଲ ହେଲା ହେଲା କ୍ରିକେଟ ଆୟର୍ଲାଣ୍ଡ

ଡବଲିନ,୧୭।୮: ୱେଷ୍ଟଇଣ୍ଡିଜ ଗସ୍ତ ହେବା ପରେ ଭାରତୀୟ ଦଳ ବର୍ତ୍ତମାନ ଆୟର୍ଲାଣ୍ଡରେ ପହଞ୍ଚିଛି। ଏଠାରେ ଦଳକୁ ୧୮ ଅଗଷ୍ଟରୁ ଆୟୋଜକ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ସିରିଜ ଖେଳିବ। ଏହି ସିରିଜ ଆରମ୍ଭ ପୂର୍ବରୁ ମଧ୍ୟ କ୍ରିକେଟ ଆୟର୍ଲାଣ୍ଡ ମାଲାମାଲ ହୋଇଛି। ବାସ୍ତବରେ, ପ୍ରଥମ ଦୁଇଟି ମ୍ୟାଚ ପାଇଁ ଟିକେଟ୍‌ କିଛି ମିନିଟ୍‌ ମଧ୍ୟରେ ବିକ୍ରି ହୋଇଛି। କ୍ରିକେଟ ଆୟର୍ଲାଣ୍ଡ ନିଜ ୱେବସାଇଟରେ ଏକ ବୟାନ ଜାରି କରି ଏହି ସୂଚନା ଦେଇଛି।

ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏହି ସିରିଜର ସମସ୍ତ ମ୍ୟାଚ ଡବଲିନ୍‌ର ଦ ବିଲେଜ୍‌ ମାଲାହାଇଡ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏହି ଷ୍ଟାଡିୟମର ଦର୍ଶକଙ୍କ ବସିବାର କ୍ଷମତା ୧୧,୫୦୦। ଟି -୨୦ କ୍ରିକେଟ ଇତିହାସରେ ଏ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୫ଥର ମୁକାବିଲା ହୋଇଛି ଏବଂ ଏହି ସମସ୍ତ ମ୍ୟାଚ ଭାରତ ଜିତିଛି।

 

Share