Categories: ଖେଳ

ଆଜି ଭାରତ-ନେଦରଲାଣ୍ଡ୍ସ ମୁକାବିଲା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ବେଙ୍ଗାଲୁରୁ.୧୨।୧୧: ବିଶ୍ୱକପ୍‌ ୨୦୨୩ର ଶେଷ ଲିଗ୍‌ ମ୍ୟାଚ ଆଜି ଟିମ ଇଣ୍ଡିଆ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ଉଭୟ ଦଳ ପାଇଁ ଏକ ସାଧାରଣ ମ୍ୟାଚ୍‌ ଭଳି ହେବ। କାରଣ ଭାରତ ପୂର୍ବରୁ ସେମିଫାଇପାଲରେ ପହଞ୍ଚିସାରିଥିବାବେଳେ ନେଦରଲାଣ୍ଡ ବିଶ୍ୱକପ୍‌ରୁ ବିଦା ହୋଇସାରିଛି। ଏହି ମ୍ୟାଚ ଭାରତ ପାଇଁ ସେମିଫାଇନାଲ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍‌ ଭଳି ହେବ। ଏହି ମ୍ୟାଚରେ ଭାରତ କ୍ରମାଗତ ଭାବରେ ଖେଳୁଥିବା ତାଙ୍କର ଜଣେ କିମ୍ବା ଦୁଇଜଣ ବୋଲରଙ୍କୁ ବିଶ୍ରାମ ଦେଇପାରେ।
ଏହି ମ୍ୟାଚ୍‌ ଭାରତୀୟ ସମୟ ଦିନ ୨ଟାରୁ ଆରମ୍ଭ ହେବ। ଟସ୍‌ ୧.୩୦ରେ ହେବ। ଷ୍ଟାର ସ୍ପୋର୍ଟରେ ଏହି ମ୍ୟାଚ୍‌ର ସିଧା ପ୍ରସାରଣ ହେବ। ଅନଲାଇନରେ ହଟ୍‌ଷ୍ଟାର ଡିଜ୍‌ନୀରେ ମ୍ୟାଚ୍‌ର ସିଧା ପ୍ରସାରଣ ଦେଖିପାରିବେ।

Share