Categories: ଖେଳ

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ରାଞ୍ଚି,୨୭।୧:ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ରାଞ୍ଚିରେ ଖେଳାଯିବ। ଉଭୟ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସିରିଜରେ ଭାରତୀୟ ଦଳର ଅଧିନାୟକତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିବାବେଳେ ନ୍ୟୁଜିଲାଣ୍ଡର ଦାୟିତ୍ୱ ମିଚେଲ ସାଣ୍ଟନର୍‌ ନେବେ।
ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ କୌଣସି ଟି-୨୦ ସିରିଜ ହାରି ନାହିଁ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏହି ବିଜୟ ଧାରା ବଜାୟ ରଖିବାକୁ ଚାହୁଁଛନ୍ତି।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୨ ଟି-୨୦ ମ୍ୟାଚ ଖେଳାଯାଇଛି। ଏଥିମଧ୍ୟରୁ ଭାରତ ୧୦ଟି ଜିତିଥିବାବେଳେ କିୱି ଦଳ ୯ଟି ମ୍ୟାଚ ଜିତିଛି। ତିନୋଟି ମ୍ୟାଚ ରଦ୍ଦ ହୋଇଛି।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ଭାରତୀୟ ସମୟ ଅପରାହ୍ନ ୭.୦୦ରେ ଆରମ୍ଭ ହେବ। ଟସ ମ୍ୟାଚର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୬.୩୦ଟାରେ ହେବ। ଏହି ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ପ୍ରସାରଣ ହେବ। ଏହା ବ୍ୟତୀତ ମ୍ୟାଚ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ହେବ। ଡିଜନୀ ହଟଷ୍ଟାର୍‌ରେ ମଧ୍ୟ ଦର୍ଶକ ଅନଲାଇନ ଷ୍ଟ୍ରିମିଂ ମାଧ୍ୟମରେ ମ୍ୟାଚ ଉପଭୋଗ କରିପାରିବେ।

Share