Categories: ଖେଳ

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ନିର୍ଣ୍ଣାୟକ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଖ୍ରୀଷ୍ଟଚର୍ଚ୍ଚ,୩୦।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ। ଏହି ମ୍ୟାଚ୍‌ ଭାରତ ପାଇଁ କର ବା ମର ମ୍ୟାଚ୍‌। ଏହି ମ୍ୟାଚ୍‌ ପରାସ୍ତ ହେଲେ ଭାରତ ସିରିଜ୍‌ ହାରିବ। ତେଣୁ ଭାରତ ମ୍ୟାଚ୍‌ ଜିତି ସିରିଜ୍‌ ଡ୍ର ରଖିବାକୁ ଚେଷ୍ଟା କରିବ। ସେହିପରି ୧-୦ରେ ଆଗୁଆ ଥିବା ନ୍ୟୁଜିଲାଣ୍ଡ ଦଳ ଏହି ସିରିଜ ଜିତିବାକୁ ଉଦ୍ୟମ କରିବ।
ଏହି ମ୍ୟାଚ୍‌ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ। ଭାରତୀୟ ସମୟ ସକାଳ ୭ଟାରୁ ଆରମ୍ଭ ହେବ। ଟସ ସକାଳ ୬.୩୦ରେ ହେବ। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତର ମ୍ୟାଚ ଟେଲିକାଷ୍ଟ କରିବାର ଅଧିକାର ଡିଡି ସ୍ପୋର୍ଟସ ନିକଟରେ ରହିଛି। ମାଗଣାରେ ଏହି ମ୍ୟାଚ ଉପଭୋଗ କରିପାରିବେ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଆମାଜନ ପ୍ରାଇମ ଭିଡିଓ ଆପରେ ଦେଖିବାକୁ ମିଳିବ।

 

Share