Categories: ଖେଳ

ଆଜି ଧର୍ମଶାଳାରେ ବଡ଼ ଲଢ଼େଇ: ୨ ପରିବର୍ତ୍ତନ ସହ ଓହ୍ଲାଇପାରେ ଟିମ୍‌ ଇଣ୍ଡିଆ, ଓ୍ବିଲିୟମସନଙ୍କ ବିନା ଖେଳିବ ନ୍ୟୁଜିଲାଣ୍ଡ…

ଧର୍ମଶାଳା,୨୨।୧୦: ବିଶ୍ୱକପ୍‌ ୨୦୨୩ର ୨୧ତମ ମୁକାବିଲାରେ ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଉଭୟ ଟିମ୍‌ର ଟୁର୍ନାମେଣ୍ଟରେ ଏହା ୫ମ ମ୍ୟାଚ୍‌। ପୂର୍ବରୁ ଖେଳିଥିବା ୪ ମ୍ୟାଚ୍‌କୁ ଭାରତ-ନ୍ୟୁଜିଲାଣ୍ଡ ଜିତିବାରେ ସଫଳ ହୋଇଥିବାରୁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ ରହିଛି।
ବାମ ହାତ ଆଙ୍ଗୁଠି ଭାଙ୍ଗିଥିବାରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସେନ ଭାରତ ବିପକ୍ଷ ମ୍ୟାଚ୍‌କୁ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ ଲାଥନ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ସେହିଭଳି ଭାରତୀୟ ଦଳରେ ୨ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ଆହତ ଥିବା ଯୋଗୁ ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟା ବାଦ୍‌ ପଡ଼ିବେ। ଏଭଳି ସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଅଥବା ଈଶାନ କିଶନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦିଆଯାଇପାରେ । ବୋଲିଂରେ ଶାର୍ଦ୍ଦୁଳ ଠାକୁର ଏବଂ ମହମ୍ମଦ ଶାମୀଙ୍କ ମଧ୍ୟରୁ ଜଣଙ୍କୁ ରୋହିତ ସାମିଲ କରିପାରନ୍ତି ବୋଲି ଅନୁମାନ କରାଯାଉଛି।
କିଛି ଏଭଳି ରହିପାରେ ଦଳୀୟ ଏକାଦଶ:
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ଉଇକେଟ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଜସପ୍ରୀତ ବୁମରା, ମହମ୍ମଦ ସିରାଜ
ନ୍ୟୁଜିଲ୍ୟାଣ୍ଡ: ଡିଭନ କନୱେ, ୱିଲ ୟଙ୍ଗ, ରାଚିନ ରବିନ୍ଦ୍ର, ଡାରିଲ ମିଚେଲ, ଟମ ଲାଥାମ (ଅଧିନାୟକ ତଥା ଉଇକେଟ କିପର), ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ୍‌, ମିଚେଲ ସାଣ୍ଟନର୍‌, ମ୍ୟାଟ ହେନେରୀ, ଲକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ
Share