Categories: ଖେଳ

ଟେଲିଭିଜନରେ ପ୍ରସାରିତ ହେବ ନାହିଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌? ଜାଣନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ,୧୬।୧୧: ନଭେମ୍ବର ୧୮ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ମ୍ୟାଚ୍‌ ଖେଳିବ। ତେବେ ଏହି ସିରିଜର ପ୍ରସାରଣ ଟେଲିଭିଜନରେ ହେବ ନାହିଁ। ବରଂ ଆମାଜନ ପ୍ରାଇମ୍‌ର ଆପ୍‌ ଏବଂ ଓ୍ବେବ୍‌ସାଇଟ୍‌ରେ କ୍ରିକେଟ ପ୍ରଶଂସକ ଏହାକୁ ଦେଖିପାରିବେ।

ସୋନି ଟିଭି ଅଥବା ଷ୍ଟାର ସ୍ପୋଟ୍ସ ନିକଟରେ ଭାରତ-ନ୍ୟୁଜିଲାଣ୍ଡ ସିରିଜର ପ୍ରସାରଣ ଅଧିକାର ନାହିଁ। ହେଲେ ଡିଡି ସ୍ପୋଟ୍ସରେ ମ୍ୟାଚ୍‌ ପ୍ରସାରିତ ହୋଇପାରେ ବୋଲି ଆଶା କରାଯାଉଛି। ତେବେ ଏନେଇ ସ୍ପଷ୍ଟ ସୂଚନା ନାହିଁ।

କହିରଖୁଛୁ, ଭାରତୀୟ ଟିମ୍‌ ଏହି ସିରିଜ ଲାଗି ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛି। ସେମାନଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ୱିନ ସମେତ ଅନ୍ୟ ଖେଳାଳି ଅଛନ୍ତି। ଏହାଛଡ଼ା ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ମଧ୍ୟ ଏହି ଗସ୍ତରେ ଯାଇନାହାନ୍ତି। ତାଙ୍କ ସ୍ଥାନରେ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଭାରତର କୋଚ୍‌ କରାଯାଇଛି।

Share