Categories: ଖେଳ

ବିଶ୍ୱକପ ୨୦୨୩: ବଦଳିଲା ମ୍ୟାଚ ତାରିଖ, ୧୫ ଅକ୍ଟେବରରେ ଖେଳାଯିବନି ଭାରତ-ପାକ୍‌ ମ୍ୟାଚ

ନୂଆଦିଲ୍ଲୀ,୩୧।୭: ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ଆଉ ୧୫ ଅକ୍ଟୋବରରେ ଖେଳାଯିବ ନାହିଁ। ଏହି ମହାମୁକାବିଲାର ତାରିଖ ପରିବର୍ତ୍ତନ ହେବ। ରିପୋର୍ଟ ଅନୁଯାୟୀ, ଆଜି ଭାରତ-ପାକ୍‌ ମ୍ୟାଚ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

ତେବେ ଏହା ପୂର୍ବରୁ ଭାରତ-ପାକ୍‌ ମ୍ୟାଚ ତାରିଖ ରିପୋର୍ଟରେ ସାମ୍ନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଅକ୍ଟୋବର ୧୫ ପରିବର୍ତ୍ତେ ୧୪ ଅକ୍ଟୋବରରେ ଖେଳାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ କିମ୍ବା ଆଇସିସି ଭାରତ-ପାକ୍‌ ମ୍ୟାଚର ନୂଆ ତାରିଖ ଘୋଷଣା କରିନାହିଁ।

Share