Categories: ଜାତୀୟ

ଭାରତ-ପାକିସ୍ତାନ ମ୍ୟାଚ୍‌ ରଦ୍ଦ ଦାବି ତେଜିଲା

ଯୋଧପୁର, ୧୭।୧୦: ଜମ୍ମୁ-କଶ୍ମୀରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ର ପୁନଃବିଚାର କରିବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ସେ ରବିବାର ଯୋଧପୁର ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଆଗାମୀ ଦିନରେ ଆତଙ୍କବାଦର ଚେହେରା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ। କ୍ରମାଗତ ଆତଙ୍କବାଦୀ ଆକ୍ରମଣରୁ ଦେଖି ପାକିସ୍ତାନ ସହ ସମ୍ପର୍କ ନିକଟରେ ସମ୍ବବ ନୁହେଁ। ଏଭଳି ପରିସ୍ଥିତିରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମ୍ୟାଚ୍‌ ହେବା ଉଚିତ ନୁହେଁ, ଏହାର ପୁନର୍ବିଚାର କରାଯିବା ଆବଶ୍ୟକ ବୋଲି ଗିରିରାଜ କହିଛନ୍ତି।
ନିକଟରେ ଜମ୍ମୁ କଶ୍ମୀରରେ ଗୁପଚୁପ ବିକ୍ରେତାଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ଗୁଳି ମାଡ ଯୋଗୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ବାଙ୍କାରୁ ଆସିଥିବା ଏହି ବ୍ୟକ୍ତିଙ୍କ ପିତା ବର୍ତ୍ତମାନ ଟି -୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ବାତିଲ କରିବାକୁ ଦାବି କରିଛନ୍ତି।

Share