Categories: ଖେଳ

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ପରିବର୍ତ୍ତନ ହୋଇପାରେ ଟିମ ଇଣ୍ଡିଆର ପ୍ଲେ-୧୧

ନୂଆଦିଲ୍ଲୀ,୯।୯: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆର ପ୍ଲେ-୧୧ରେ ପରିବର୍ତ୍ତନ ହୋଇପାରେ। ଦ୍ରୁତ ବୋଲର ଯସପ୍ରୀତ ବୁମ୍ରା ପ୍ଲେ-୧୧କୁ ଫେରିପାରନ୍ତି। ବ୍ୟକ୍ତିଗତ କାରଣରୁ ବୁମ୍ରା ଶ୍ରୀଲଙ୍କାରୁ ଭାରତ ଫେରିଥିଲେ। ଏହି କାରଣରୁ ସେ ନେପାଳ ବିପକ୍ଷ ମ୍ୟାଚରେ ଖେଳିନଥିଲେ। କିନ୍ତୁ ବର୍ତ୍ତମାନ ସେ ଫେରି ଆସିପାରନ୍ତି। ଅକ୍ଷାର ପଟେଲଙ୍କୁ ମଧ୍ୟ ଭାରତ ସୁଯୋଗ ଦେଇପାରେ। ଅକ୍ଷୟ ଭଲ ବୋଲିଂ ସହିତ ବ୍ୟାଟିଂ ମଧ୍ୟ କରନ୍ତି। ଯଦି ଅକ୍ଷରକୁ ଖେଳୁଥିବା ଏକାଦଶରେ ସ୍ଥାନ ମିଳିବ ତେବେ ଶାର୍ଦ୍ଦୁଲ ଠାକୁରଙ୍କୁ ବିଶ୍ରାମ ଦିଆଯାଇପାରେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ବୋଲିଂ ଆକ୍ରମଣରେ ବୁମ୍ରାଏବଂ ମହମ୍ମଦ ସିରାଜ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦ୍ରୁତ ବୋଲିଂ କରନ୍ତି। ସେ ଜଣେ ଅଲରାଉଣ୍ଡର। ତେଣୁ ଭାରତର ପ୍ଲେ-୧୧ରେ ତିନୋଟି ଦ୍ରୁତ ବୋଲର ଏବଂ ଦୁଇଜଣ ସ୍ପିନ ବୋଲର ରହିପାରନ୍ତି। ଭାରତର ପ୍ରଥମ ସ୍ପିନର ହେବେ କୁଲଦୀପ ଯାଦବ। ଏହି ସମୟରେ ଦ୍ୱିତୀୟ ସ୍ପିନର ଅକ୍ଷାର ପଟେଲ।

Share