Categories: ଖେଳ

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ଏଭଳି ଦେଖିପାରିବେ ଐତିହାସିକ ମ୍ୟାଚ୍‌ର ଲାଇଭ୍‌ ଭଳି ପ୍ରସାରଣ…

ନୂଆଦିଲ୍ଲୀ,୨୪।୧୦: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଭାରତ-ପାକିସ୍ତାନ ମହାମୁକାବିଲାର ମଜା ଉଠାଇଛନ୍ତି କ୍ରିକେଟ ପ୍ରଶଂସକ। ପାକିସ୍ତାନ ବିପକ୍ଷ ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ୪ ଉଇକେଟରେ ବିଜେତା ହୋଇ ପ୍ରଶଂସକଙ୍କୁ ଦୀପାବଳି ଭେଟି ଦେଇଛି। ଏବେ ପ୍ରଶଂସକ ପୁଣି ଥରେ ଏହି ମ୍ୟାଚ୍‌କୁ ଉପଭୋଗ କରିପାରିବେ।

ଷ୍ଟାରସ୍ପୋଟ୍ସ ମ୍ୟାଚ୍‌ର କ୍ରେଜ୍‌କୁ ଦେଖି ସୋମବାର ଅର୍ଥାତ ଦୀପାବଳି ରାତି ୮ଟାରେ ଏହାକୁ ପୁନଃ ପ୍ରସାରଣ କରିବ। ଏହାକୁ ହାଇଲାଇଟ୍‌ ଭଳି ନୁହେଁ ବରଂ ଲାଇଭ୍‌ ମ୍ୟାଚ୍‌ ଭାବେ ଦେଖିହେବ। ଏଣୁ ଯେଉଁ ପ୍ରଶଂସକ ଏହି ମୁକାବିଲାକୁ ଦେଖିବାକୁ ଭୁଲିଥିଲେ ଅଥବା ସମୟ ପାଇ ନଥିଲେ ସେମାନେ ଛୁଟିରେ ଏହାକୁ ଭରପୂର ଉପଭୋଗ କରିପାରିବେ। ଏହାଛଡ଼ା ହଟ୍‌ଷ୍ଟାରରେ ପୁରା ମ୍ୟାଚ୍‌ର ରିପ୍ଲେ ଅପ୍‌ଲୋଡ୍‌ କରାଯାଇଛି। ଯାହାକୁ ଆପଣ ଦେଖିପାରିବେ।

କହିରଖୁଛୁ, ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ହାରିବା ପରେ ବ୍ୟାଟିଂ କରିଥିଲା। ଦଳ ୮ ଉଇକେଟ ହରାଇ ୧୫୯ ରନ୍‌ କରିଥିଲା। ଜବାବରେ ଭାରତୀୟ ଟିମ୍‌ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୭ମ ଓଭରରେ ୩୧ ରନରେ ୪ ଉଇକେଟ ହରାଇଥିଲା। ଏମିତିରେ ଗେମ ଚେଞ୍ଜର ଭାବେ କୋହଲି-ପାଣ୍ଡ୍ୟା ଶତକୀୟ ଭାଗିଦାରୀ କରି ମ୍ୟାଚ୍‌କୁ ଭାରତ ଆଡକୁ ଢ଼ଳାଇଥିଲେ। ପରେ ଶେଷ ଓଭରରେ ଏକ ନୋ-ବଲ୍‌ ଯୋଗୁ ଭାରତ ବିଜେତା ହୋଇଥିଲା।

Share