Categories: ଖେଳ

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ ଏହି ମ୍ୟାଚ୍‌

ଦୁବାଇ,୨୭।୮: ଆଜି ଭାରତ-ପାକିସ୍ତାନ ମହାମୁକାବିଲା। ଏସିଆ କପ୍‌ ୨୦୨୨ ଶନିବାରଠାରୁ ଆରମ୍ଭ ହୋଇଥିବା ବେଳେ ଏହି ମ୍ୟାଚ୍‌ ଉପରେ ବିଶ୍ୱ କ୍ରିକେଟପ୍ରେମୀଙ୍କ ନଜର। ଦୁବାଇ ଷ୍ଟାଡିୟମରେ ଏହି ପ୍ରତିକ୍ଷୀତ ମ୍ୟାଚ୍‌ ଖେଳାଯିବ। ଆସନ୍ତୁ ଜାଣିବା ମ୍ୟାଚ୍‌କୁ ଆପଣ କେବେ, କେଉଁଠି, କେତେବେଳେ ଦେଖିବେ?

-କେବେ ଅଛି: ରବିବାର(୨୮ ଅଗଷ୍ଟ)ରେ ଭାରତୀୟ ସମାନୁସାରେ ସନ୍ଧ୍ୟା ୭.୩୦ରେ ଏହି ମୁକାବିଲା ଖେଳାଯିବ।

-କେଉଁଠି ଖେଳାଯିବ: ଏଥର ଏସିଆ କପ୍‌ ୟୁଏଇରେ ଅନୁଷ୍ଠିତ ହେଉଛି। ଭାରତ-ପାକିସ୍ତାନ ମୁକାବିଲା ଦୁବାଇ ଷ୍ଟାଡିୟମରେ ଖେଳାଯିବ।

-କେଉଁଠି ଦେଖିବେ: ଏସିଆ କପ୍‌ର ପ୍ରସାରଣ ଷ୍ଟାର ନେଟଓ୍ବର୍କରେ ହେବ। ଏହାଛଡ଼ା ଗୁଗଲ୍‌ରେ ମଧ୍ୟ ମ୍ୟାଚ୍‌ର ଅପ୍‌ଡେଟ୍‌ ଜାଣିହେବ।

-ଟି-୨୦ରେ ଭାରତ-ପାକିସ୍ତାନର କ’ଣ ରେକର୍ଡ: ଭାରତ ପାକିସ୍ତାନ ମଧ୍ୟରେ ଟି୨୦ର ମୋଟ ୯ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ୬ରେ ଭାରତ ଜିତିଥିବା ବେଳେ ୨ଟିରେ ପାକିସ୍ତାନ ବିଜେତା ହୋଇଛି। ଗୋଟିଏ ମ୍ୟାଚ୍‌ ଟାଇ ହୋଇଥିବା ବେଳେ, ଶେଷରେ ଭାରତ ମଧ୍ୟ ଜିତିଥିଲା।

Share