ଇସଲାମାବାଦ୍,୨୭।୧୦:ପାକିସ୍ତାନର ପୂର୍ବତନ ମହିଳା କ୍ରିକେଟ ଦଳର ଅଧିନାୟକ ସନା ମିର ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। କୋହଲି ପାକିସ୍ତାନ ବିପକ୍ଷରେ ଏହି କ୍ଷତିର ଯେପରି ମୁକାବିଲା କରିଥିଲେ, ମୁଁ ତାଙ୍କ କ୍ରୀଡ଼ା ଭାବନାଙ୍କୁ ପ୍ରଶଂସା କରୁଛି। ସେ ଅନ୍ୟ ଖେଲାଳିଙ୍କ ପାିଁ ରୋଲ ମଡେଲ ବୋଲି ସନା କହିଚନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ବଡ଼ ବିଜୟ ସହିତ ଫେରି ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହି ସମୟରେ ସନା ମିର ପାକିସ୍ତାନ କ୍ରିକେଟ ଦଳକୁ ପ୍ରଶଂସା କରି କହିଛନ୍ତି ଯେ ଏହି ଚମତ୍କାର ପ୍ରଦର୍ଶନ ପରେ ଟି -୨୦ ବିଶ୍ୱକପ ଜିତିବା ଦଳ ପାଇଁ ସହଜ ହେବ। ବାବର ଆଜାମ ଏବଂ ଶାହିନ ଆଫ୍ରିଦି ଦଳର ମୁଖ୍ୟ ଖେଲାଳି ବୋଲି ସେ କହିଚନ୍ତି।
୨୪ ଅକ୍ଟୋବରରେ ଦୁବାଇରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ଉଇିକେଟରେ ପରାସ୍ତ କରିବା ପରେ କୋହଲି ନିଜକୁ ନିୟନ୍ତ୍ରଣରେ ରଖିଥିଲେ। ବିଶ୍ୱକପ ମ୍ୟାଚରେ ୨୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ଦଳ ଜିତିଛି। ଏହାପୂର୍ବରୁ ଟିମ ଇଣ୍ଡିଆ ୧୯୯୨ ରୁ ୨୦୧୯ ପର୍ଯ୍ୟନ୍ତ ପ୍ରତ୍ୟେକ ବିଶ୍ୱକପ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏହି ସମୟରେ ଭାରତ କ୍ରମାଗତ ୧୨ ଟି ବିଶ୍ୱକପ ମ୍ୟାଚ ଜିତିଥିଲା।