Categories: ଖେଳ

ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍ ପାଇଁ ସଂଗ୍ରାମ … ୧.୮୬ କୋଟିରେ ପହଞ୍ଚିଲା ମୂଲ୍ୟ

ନୂଆଦିଲ୍ଲୀ, ୪ା୩: ଚଳିତ ବର୍ଷ ଆଇସିସି ଟ୍ରଫି ଜିତିବା ପାଇଁ ଭାରତୀୟ ଦଳ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଚଳିତ ବର୍ଷ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଆୟୋଜିତ ଟି୨୦ ବିଶ୍ୱକପ୍ ଖେଳାଯିବ। ଏଥିରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ୫ ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବ।

ଦ୍ୱିତୀୟ ମ୍ୟାଚ୍ ଜୁନ୍ ୯ ରେ ପାକିସ୍ତାନ ବିପକ୍ଷରେ ଖେଳାଯିବ। ତୃତୀୟ ମ୍ୟାଚ୍ ଜୁନ୍ ୧୨ ରେ ଆମେରିକା ବିପକ୍ଷରେ ହେବ। ଏହି ତିନୋଟି ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ। ଏହା ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସୁଛି। ଆଇସିସି ଫେବୃଆରୀ ପ୍ରଥମ ସପ୍ତାହରେ ବିଶ୍ୱକପ୍ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ କରିଛି।

ଏହି ସମୟ ମଧ୍ୟରେ ଭାରତ ଏବଂ ପାକିସ୍ତାନ ସମେତ ପ୍ରାୟ ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହୋଇଛି। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ କିଛି ରିସେଲ ପ୍ଲାଟଫର୍ମରେ ସମସ୍ତ ମ୍ୟାଚ୍‌ର ଟିକେଟ୍ ପୁଣି ବିକ୍ରି କରିବା ଆରମ୍ଭ ଲକରିଛନ୍ତି। ଏହି ଟିକେଟ୍ ଗୁଡିକ StubHub ଏବଂ SeatGeek ପ୍ଲାଟଫର୍ମରେ ଉପଲବ୍ଧ।

କିନ୍ତୁ ଏଥିରେ ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ୟୁଏସ୍ ଟୁଡେ ଅନୁଯାୟୀ ଭାରତୀୟ ଦଳର ଦୁଇଟି ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ କୋଟିଏ ଛୁଇଁଛି। ଏଥିରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ୧.୮୬ କୋଟିରେ ପହଞ୍ଚିଛି।

ଆଇସିସି ଅନୁଯାୟୀ, ପ୍ରଥମ ପର୍ୟ୍ୟାୟରେ ଟିକେଟ୍ ବିକ୍ରି ସମୟରେ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୪୯୭ ଟଙ୍କା ଥିଲା। ଯେଉଁଠାରେ ସର୍ବାଧିକ ମୂଲ୍ୟ ୩୩,୧୪୮ ଟଙ୍କା (ବିନା ଟ୍ୟାକ୍ସ) ରଖାଯାଇଥିଲା। ଏହା ବ୍ୟତୀତ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଇନଥିବା କୁହାଯାଇଥିଲା।

ତେବେ ଏହି ରିସେଲ ପ୍ଲାଟଫର୍ମରେ ଦିଆଯାଇଥିବା ଭିଆଇପି ଟିକେଟ୍ ମୂଲ୍ୟ ପ୍ରାୟ ୩୩.୧୫ ଲକ୍ଷ ଟଙ୍କା ଥିଲା। ଯଦି ଏହି ରିସେଲ ପ୍ଲାଟଫର୍ମର ଫି ମଧ୍ୟ ଏଥିରେ ଯୋଗ କରାଯାଏ, ଏହାର ମୂଲ୍ୟ ପ୍ରାୟ ୪୧.୪୪ ଲକ୍ଷରେ ପହଞ୍ଚିବ।

ଏଥି ସହିତ ଷ୍ଟବ୍ ହବରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସବୁଠାରୁ ଶସ୍ତା ଟିକେଟ୍ ୧.୦୪ ଲକ୍ଷ ଟଙ୍କା ହୋଇଥିବାବେଳେ ସିଟ୍ ଜିକ୍ ରେ ସବୁଠାରୁ ମହଙ୍ଗା ଟିକେଟ୍ ୧.୮୬ କୋଟି ଟଙ୍କା ରହିଛି। ଯାହାକି ଏହି ପ୍ଲାଟଫର୍ମଗୁଡିକର ଫି ମଧ୍ୟ ରହିଛି। ଆପଣଙ୍କୁ କହିରଖୁ ଯେ ଦିନିକିଆ ବିଶ୍ୱକପ ୨୦୨୩ ରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସବୁଠାରୁ ମହଙ୍ଗା ଟିକେଟ ୫୭.୧୫ ଲକ୍ଷ ଟଙ୍କା ଥିଲା।

Share