Posted inଖେଳ

ଆଜି ଭାରତ ବନାମ ପାକିସ୍ତାନ

ପାଲିକେଲେ, ୨।୯: ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦଳ ବିପକ୍ଷ ମ୍ୟାଚ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏଥର ମଧ୍ୟ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଏଥିରେ ମୁଖ୍ୟତଃ ଭାରତର ଟପ୍‌-୩ ବ୍ୟାଟର ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି ଏବଂ ପାକିସ୍ତାନର ପେସ୍‌ ତ୍ରୟ ହାରିସ ରୌଫ, ଶାହିନ ଶାହା ଆଫ୍ରିଦୀ ଓ ନସିମ ଶାହାଙ୍କ ମଧ୍ୟରେ ମୁକାବିଲା ହେବ। ଆଗକୁ ଦିନିକିଆ ବିଶ୍ୱକପ୍‌ ଆସୁଥିବାରୁ ଏହି ମ୍ୟାଚ ଉତ୍ତମ ଡ୍ରେସ ରିହର୍ସାଲଠାରୁ ଆହୁରି ଅଧିକ କିଛି ହେବ। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଗତ ଟି୨୦ ବିଶ୍ୱକପ୍‌ରେ ରୌଫଙ୍କ ବଲ୍‌ରେ ପରାସ୍ତ ହୋଇଥିଲେ ରୋହିତ। ତେଣୁ ଆଗାମୀ ମ୍ୟାଚରେ ଏହାର ଜବାବ ଦେବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିବ। ଏସିଆ କପ୍‌ ଏଥର ୫୦ ଓଭର ଫର୍ମାଟକୁ ଫେରିଛି। ତେଣୁ ଅଂଶଗ୍ରହଣକାରୀ ୬ ମଧ୍ୟରୁ ୫ ଦଳ ଏଥିରେ ଭଲଭାବେ ନିଜକୁ ପ୍ରସ୍ତୁତ କରିପାରିବେ।
ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ବୋଲି ପୂର୍ବାନୁମାନ ରହିଛି। ତେବେ ଶାହିନ, ରୌଫ ଏବଂ ନସିମଙ୍କ ବିପକ୍ଷରେ ରୋହିତ, ଗିଲ୍‌ ଓ କୋହଲି ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସ୍ତୁତ ଥିବେ ବୋଲି ଭାରତୀୟ ପ୍ରଶଂସକ ଆଶାରେ ରହିଛନ୍ତି। ଓଭରକାଷ୍ଟ କଣ୍ଡିଶନରୁ ପାକିସ୍ତାନ ଦ୍ରୁତ ବୋଲର ନିଶ୍ଚିତ ଫାଇଦା ଉଠାଇବାକୁ ଚାହିଁବେ। ବିଶେଷ କରି ପାଓ୍ବାରପ୍ଲେରେ ଭାରତର ଟପ୍‌-୩ ସେଟ୍‌ ହେବା ପୂର୍ବରୁ ସେମାନେ ମ୍ୟାଚକୁ ନିୟନ୍ତ୍ରଣକୁ ନେବା ଆଶାରେ ରହିବେ। ଉଭୟ ଭାରତ ଓ ପାକିସ୍ତାନୀ ମିଡିଲ ଅର୍ଡରଙ୍କ ଉପରେ ମଧ୍ୟ ଗୁରୁଦାୟିତ୍ୱ ରହିବ। ଲୋକେଶ ରାହୁଲ ଅତିକମ୍‌ରେ ଏସିଆ କପ୍‌ର ପ୍ରଥମ ୨ଟି ମ୍ୟାଚ ଖେଳିପାରିବେ ନାହିଁ। ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଭାରତ ଉଇକେଟକିପର ଇଶାନ କିଶନଙ୍କୁ ମିଡିଲ ଅର୍ଡରରେ ଖେଳାଇପାରେ। ମାତ୍ର ଏ ପର୍ଯ୍ୟନ୍ତ ୪ ଓ ୫ ନମ୍ବର ପୋଜିଶନ ପାଇଁ କିଛି ଚୂଡ଼ାନ୍ତ ହୋଇନାହିଁ। କିଶନ ବାମହାତୀ ବ୍ୟାଟର ହୋଇଥିବାରୁ ଭାରତୀୟ ଲାଇନ୍‌ଅପ୍‌ରେ ବିବିଧତା ରହିପାରିବ। ମାତ୍ର ଏହି ଝାଡ଼ଖଣ୍ଡ ଷ୍ଟମ୍ପର ଭାରତ ପକ୍ଷରୁ କେବେହେଲେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିନାହାନ୍ତି। ମିଡିଲ ଅର୍ଡରରେ ତାଙ୍କ ଆଭରେଜ ୨୨.୭୫ ରହିଛି। ତେଣୁ ସୁଯୋଗ ମିଳିଲେ ତାଙ୍କୁ ପରିସ୍ଥିତି ଅନୁସାରେ ବ୍ୟାଟିଂ କରିବାକୁ ପଡ଼ିବ।
ଅନ୍ୟପକ୍ଷରେ ପାକିସ୍ତାନ ଦଳରେ ଆହତ ସମସ୍ୟାକୁ ନେଇ କୌଣସି ଚିନ୍ତା ନାହିଁ। ତେବେ ନିକଟ ଅତୀତରେ ଅଧିକ ଦିନିକିଆ ନ ଖେଳିବା ଦଳ ପାଇଁ ଚିନ୍ତାର କାରଣ ହୋଇପାରେ। ୨୦୧୯ ବିଶ୍ୱକପ୍‌ଠାରୁ ‘ଗ୍ରୀନ୍‌ ବ୍ରିଗେଡ’ ଦଳ ମାତ୍ର ୨୯ଟି ଦିନିକିଆ ଖେଳିବାକୁ ସୁଯୋଗ ପାଇଛି। ସେହି ତୁଳନାରେ ଭାରତ ୫୭ଟି ମ୍ୟାଚ ଖେଳି ସାରିଛି। ୨୯ ମ୍ୟାଚ ମଧ୍ୟରୁ ପାକିସ୍ତାନ ଚଳିତ ବର୍ଷ ୧୨ଟି ମ୍ୟାଚ ଖେଳିଛି। ଦଳର ଟପ୍‌-୩ ଅଧିନାୟକ ବାବର ଆଜମ (୬୮୯ ରନ), ଫଖର ଜମନ (୫୯୩) ଓ ଇମାନ-ଉଲ୍‌-ହକ୍‌ (୩୬୧) ପ୍ରଭାବୀ ବ୍ୟାଟିଂ କରିବାରେ ସକ୍ଷମ ହୋଇଛନ୍ତି। ମାତ୍ର ୪ରୁ ୬ ନମ୍ବରକୁ ନେଇ ଦଳ ସମସ୍ୟାରେ ରହିଛି। ଉସାମା ମିର୍‌, ସୌଦ ଶକିଲ ଓ ଆଘା ସଲମାନଙ୍କ ପ୍ରଦର୍ଶନରେ ସ୍ଥିରତା ରହିନାହିଁ। ୪ ନମ୍ବର ସ୍ଥାନରେ ମହମ୍ମଦ ରିଜଓ୍ବାନ ମଧ୍ୟ ବିଫଳ ହୋଇଛନ୍ତି। ୭ ନମ୍ବର ଇଫତିଖାର ଅହମଦ ଓ ୮ ନମ୍ବର ଶାଦବ ଖାଁ ଭଲ ବ୍ୟାଟିଂ କରନ୍ତୁ ବୋଲି ପାକିସ୍ତାନ ନିଶ୍ଚିତ ଚାହିଁବ। ନେପାଳ ବିପକ୍ଷ ମ୍ୟାଚରେ ବ୍ୟାଟିଂ ପ୍ରମୋଶନ ପାଇଥିବା ଇଫ୍‌ତିଖାର କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ କରିବାରେ ସକ୍ଷମ ହୋଇଥିଲେ। ଗତ ସପ୍ତାହରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଶାଦବ ଉପଯୋଗୀ ୪୮ ରନ କରିବାରୁ ପାକିସ୍ତାନ ହାମ୍ବନତୋଟାରେ ରୋମାଞ୍ଚକଭାବେ ୧ ଉଇକେଟରେ ବିଜୟୀ ହେବା ସମ୍ଭବ ହୋଇଥିଲା।
ମିଡିଲ ଅର୍ଡର ସମସ୍ୟାକୁ ନେଇ ଭାରତ ଓ ପାକିସ୍ତାନ ଦଳ ସମାନ ସ୍ଥିତିରେ ରହିଛନ୍ତି। ବୋଲିଂ କ୍ଷେତ୍ରରେ ପାକିସ୍ତାନ ପଲା ସାମାନ୍ୟ ଭାରି ଥିବାପରି ଜଣାପଡ଼ୁଛି। ଯଶପ୍ରୀତ୍‌ ବୁମ୍‌ରା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପ୍ରତ୍ୟାବର୍ତ୍ତନରେ ଭାରତର ଦ୍ରୁତ ବୋଲିଂ ବିଭାଗ ଶାଣିତ ହୋଇଛି। ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଦୁହେଁ ଭଲ ବୋଲିଂ କରିଥିଲେ। ମାତ୍ର ସେମାନେ ୫୦ ଓଭର କ୍ରିକେଟରେ କିପରି ପ୍ରଦର୍ଶନ କରୁଛନ୍ତି ତା’ ଉପରେ ନିଶ୍ଚିତ ମ୍ୟାନେଜମେଣ୍ଟର ନଜର ରହିବ। ପାକିସ୍ତାନ ବିପକ୍ଷରେ ମହମ୍ମଦ ଶାମିଙ୍କ ଅଭିଜ୍ଞତାକୁ ଉପଯୋଗ କରାଯାଇପାରେ। ଭାରତ ବୁମ୍‌ରା, ଶାମି ଓ ମହମ୍ମଦ ସିରାଜଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪ର୍ଥ ସିମରଭାବେ ବ୍ୟବହାର କରାଯାଇପାରିବ। ଅନ୍ୟପକ୍ଷରେ ପାକିସ୍ତାନର ପେସ୍‌ ତ୍ରୟ ଶାହିନ, ନସିମ ଓ ରୌଫ ଚଳିତ ବର୍ଷ ୪୯ ଉଇକେଟ ନେଇ ସାରିଛନ୍ତି। ରୌଫ ୧୦ ମ୍ୟାଚରୁ ୧୭ ଉଇକେଟ ନେଇ ଏମାନଙ୍କ ମଧ୍ୟରେ ଆଗରେ ରହିଛନ୍ତି। ପାଲିକେଲେ ଷ୍ଟାଡିୟମର ପିଚ୍‌ ବୋଲରଙ୍କୁ ସୁହାଇବ। ତେଣୁ ଏହା ଭାରତୀୟ ବ୍ୟାଟରଙ୍କ ପାଇଁ ପରୀକ୍ଷା ସଦୃଶ ହେବ। ସ୍ପିନରଙ୍କ ପ୍ରସଙ୍ଗରେ ଭାରତ ରବୀନ୍ଦ୍ର ଜାଡେଜାଙ୍କୁ ନେଇ ଖେଳିବା ଏକପ୍ରକାର ନିଶ୍ଚିତ। କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ନାମ ମଧ୍ୟ ବିଚାରକୁ ନିଆଯିବ। କୁଲଦୀପ ଚଳିତ ବର୍ଷ ଦିନିକିଆରେ ୧୧ ମ୍ୟାଚରୁ ସର୍ବାଧିକ ୨୨ଟି ଉଇକେଟ ନେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଲେଗ ସ୍ପିନର ଶାଦବଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ନିଶ୍ଚିତ। ସେ ଚଳିତ ବର୍ଷ ୮ ମ୍ୟାଚରୁ ୧୧ ଉଇକେଟ ନେଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri