Categories: ଖେଳ

୧୯ ବର୍ଷରୁ କମ୍ ଏସିଆ କପରେ ଭାରତକୁ ୮ ୱିକେଟରେ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ,୨୮।୧୦: ଦୁବାଇରେ ଖେଳାଯାଉଥିବା ୧୯ ବର୍ଷରୁ କମ୍ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଭାରତର ଏହି ଯୁବ ଦଳ ପାକିସ୍ତାନଠାରୁ ୮ ୱିକେଟରେ ପରାସ୍ତ ହୋଇଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୫୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଦଳ ମାତ୍ର ଦୁଇଟି ୱିକେଟ୍ ହରାଇ ସହଜରେ ଲକ୍ଷ୍ୟ ହାସଲ କରିଛି। ମହମ୍ମଦ ଜିଶାନ ପାକିସ୍ତାନ ପାଇଁ ଚମତ୍କାର ବୋଲିଂ କରିଥିଲେ ଏବଂ ଆଜାନ ଆୱାଇସ ଏକ ଚମତ୍କାର ଶତକ ହାସଲ କରିଥିଲେ।

ଗ୍ରୁପ୍-ଏ ମ୍ୟାଚ୍ ରେ ପାକିସ୍ତାନ ଅଧିନାୟକ ସାଦ୍ ବାଗ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଓପନିଂ ଯୋଡି ଏକ ଧୀର ଏବଂ ସ୍ଥିର ଆରମ୍ଭ କରିଥିଲେ। ନବମ ଓଭରରେ ୩୯ ସ୍କୋର ଥିବା ବେଳେ ଭାରତୀୟ ଦଳକୁ ପ୍ରଥମ ଝଟକା ଲାଗିଥିଲା। ଆମୀର ହାସନଙ୍କ ଦ୍ୱାରା ଅର୍ଶିନ କୁଲକର୍ଣ୍ଣି (୨୪) ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ। ଠିକ୍ ଏହା ପରେ ରୁଦ୍ର ପଟେଲ (୧) ମଧ୍ୟ ସଅଳ ଆଉଟ ହୋଇଯାଇଥିଲେ। ମହମ୍ମଦ ଜିଶାନ ତାଙ୍କୁ ଆଉଟ କରିଥିଲେ।

ଏହାପରେ ଆଦର୍ଶ ସିଂ ଏବଂ ଅଧିନାୟକ ଉଦୟ ଶରଣ ତୃତୀୟ ୱିକେଟ୍ ପାଇଁ ୧୨୦ ବଲରେ ୯୩ ରନ୍ ସଂଗ୍ରହ କରିଥିଲେ। ଏବେ ଭାରତୀୟ ଦଳର ଅବସ୍ଥା ଠିକ ଥିବା ଭଳି ଲାଗୁଥିଲା କିନ୍ତୁ ଆଦର୍ଶ ସିଂ (୬୨) ପାଭିଲିୟନକୁ ଫେରିବା ମାତ୍ରେ ୱିକେଟ୍ ଖସିଯିବା ଆରମ୍ଭ କରିଥିଲା। ମୁଶୀର ଖାନ (୨), ଅରଭେଲି ଅବନେଶ (୧୧) ମଧ୍ୟ ଶସ୍ତା ହୋଇଥିଲେ।

ଏହା ପରେ ଅଧିନାୟକ ଉଦୟ ଶରଣ ସଚିନ ଧାସଙ୍କ ସହ ୪୮ ରନ୍ ଯୋଡି ଦଳକୁ ୨୦୦ ରୁ ଅଧିକ ନେଇଥିଲେ। ମୋଟ ୨୦୬ ରେ ୬୦ ରନ୍ ସ୍କୋର କରିବା ପରେ ଉଦୟ ଆଉଟ୍ ହୋଇଥିଲେ। ଏଠାରୁ ସଚିନ୍ ଗୋଟିଏ ମୁଣ୍ଡରେ ଠିଆ ହୋଇଥିଲେ କିନ୍ତୁ ଅନ୍ୟ ପଟରୁ ୱିକେଟ୍ ଖସିବାକୁ ଲାଗିଲା। ଫଳରେ ଭାରତୀୟ ଦଳ ଧାର‌୍ୟ୍ୟ ୫୦ ଓଭରରେ ୯ ୱିକେଟ୍ ହରାଇବା ପରେ ୨୫୯ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ପାଇଁ ଦ୍ରୁତ ବୋଲର ମହମ୍ମଦ ଜିଶାନ ୧୦ ଓଭରରେ ୪୬ ରନ୍ ପାଇଁ ୪ ୱିକେଟ୍, ଆମୀର ହାସନ ଏବଂ ଉବେଦ ଶାହା ମଧ୍ୟ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଅରଫାତ୍ ମିନହସ୍ ଗୋଟିଏ ୱିକେଟ୍ ନେଇଥିଲେ।

୨୬୦ ରନର ଏହି ଟାର୍ଗେଟକୁ ପିଛା କରି ପାକିସ୍ତାନର ଖରାପ ଆରମ୍ଭ କରିଥିଲା। ଶାମିଲ ହୁସେନୁ (୮) ଶସ୍ତା ପ୍ୟାଭିଲିୟନକୁ ଫେରିଥିଲେ। ୨୮ ରନରେ ପ୍ରଥମ ଝଟକା ପାଇବା ପରେ ପାକିସ୍ତାନ ଦ୍ୱିତୀୟ ୱିକେଟ୍ ପାଇଁ ଶାଜାଇବ ଖାନ୍ ଏବଂ ଆଜାନ୍ ଆୱାଇସଙ୍କ ମଧ୍ୟରେ ୧୧୦ ରନ୍ ଭାଗିଦାରୀ ହୋଇଥିଲା। ଶାଜାଇବ (୬୩) ସମୁଦାୟ ୧୩୮ ରେ ପାଭିଲିୟନକୁ ଫେରିଥିଲେ।

ଏହାପରେ ଅଧିନାୟକ ଅଧିନାୟକ ସାଦ୍ ବାଗଙ୍କ ସହ ୧୨୫ ରନର ଅପରାଜିତ ଭାଗିଦାରୀ କରି ପାକିସ୍ତାନକୁ ବିଜୟ ଆଡକୁ ନେଇଥିଲେ। ଏହି ସମୟରେ ଆଜାନ ୧୩୦ ବଲରେ ୧୦୫ ରନ ସଂଗ୍ରହ କରି ଏକ ଶତକ ଇନିଂସ ଖେଳିଥିଲେ। ଯେତେବେଳେ କି ସାଦ ବ୍ୟାଗ ୫୧ ବଲରେ ଦ୍ରୁତ ୬୮ ରନ ସ୍କୋର କରିଥିଲେ।ଭାରତ ପାଇଁ ମୁରୁଗାନ୍ ଅଭିଷେକ ଦୁଇଟି ୱିକେଟ୍ ନେଇଥିଲେ। ପାକିସ୍ତାନ ମାତ୍ର ୪୭ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

Share