Categories: ଖେଳ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲକ୍ଷ୍ନୌ,୬।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ। ଭାରତର ତାରକା ଖେଳାଳିମାନେ ଏହି ସିରିଜରେ ଖେଳୁ ନାହାଁନ୍ତି। ଏହି ସିରିଜରେ ଶିଖର ଧାୱନ ଟିମ ଇଣ୍ଡିଆର ଅଧିନାୟକ ହେବେ ଏବଂ ସେ ଯୁବ ଖେଳାଳିଙ୍କ ସହ ଭାରତକୁ ଜିତାଇବାକୁ ଚେଷ୍ଟା କରିବେ। ଏହି ସିରିଜରେ ଦକ୍ଷିଣ ଆଫ୍ରିକା ମଧ୍ୟ ସେମାନଙ୍କର ମୁଖ୍ୟ ଦଳ ସହିତ ଖେଳିବ। ଏଭଳି ପରିସ୍ଥିତିରେ ଭାରତର ଯୁବ ଖେଳାଳି ଏବଂ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳେ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଇନ୍ଦୋରରେ ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ଦିନ ୧.୩୦ରୁ ଆରମ୍ଭ ହେବ। ଟସ୍‌ ଦିନ ୧.୦୦ରେ ପଡିବ। ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ନିକଟରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପ୍ରସାରଣ କରିବାର ଅଧିକାର ଅଛି। ଷ୍ଟାର୍‌ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଏହି ମ୍ୟାଚ ହିନ୍ଦୀ କିମ୍ବା ଇଂରାଜୀ କମେଣ୍ଟ୍ରି ଦେଖିହେବ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପ ରେ ଦେଖିବାକୁ ମିଳିବ।

Share