ସେଞ୍ଚୁରିୟନ୍,୩୦।୧୨: ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ଦଳ ବିଜୟଠାରୁ ମାତ୍ର ୩ଟି ଉଇକେଟ ଦୂରରେ ରହିଛି। ଯଦି ପାଗ ଭାରତର ସାଥ୍ ଦିଏ ତେବେ ଭାରତୀୟ ବୋଲରମାନେ ଆଫ୍ରିକାକୁ ଶୀଘ୍ର ଅଲଆଉଟ୍ କରି ବିଜୟ ହାସଲ କରିପାରନ୍ତି। ଏହି ଗ୍ରାଉଣ୍ଡରେ ଏହା ଭାରତର ପ୍ରଥମ ବିଜୟ ହେବ। ଏହାପୂର୍ବରୁ ଦୁଇଥର ଭାରତକୁ ଏଠାରେ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା।
ସେଞ୍ଚୁରିୟନ ଟେଷ୍ଟର ପଞ୍ଚମ ଦିନର ଲଞ୍ଚ୍ ବେଳକୁ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୮୨ ରନ ସଂଗ୍ରହ କରି ୭ ଉଇକେଟ୍ ହରାଇଛି। ଟେମ୍ବା ବାଭୁମା ଏବଂ ମାର୍କୋ ଜନସନ କ୍ରିଜରେ ଅଛନ୍ତି। ମଧ୍ୟାହ୍ନ ପରେ ଏଠାରେ ବର୍ଷା ହେବାର ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ଭାରତକୁ ମଧ୍ୟାହ୍ନ ଭୋଜନ ପରେ ତୁରନ୍ତ ଆଫ୍ରିକୀୟ ଦଳକୁ ଅଲଆଉଟ୍ କରିବାକୁ ପଡିବ।
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଅନ ଟେଷ୍ଟରେ ଆୟୋଜକଙ୍କୁ ୩୦୫ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହାର ଜବାବରେ ଚତୁର୍ଥ ଦିନର ଖେଳ ଶେଷ ହେବା ପରେ ଆୟୋଜକମାନେ ୯୪ ରନରେ ୪ ଉଇକେଟ ହରାଇଥିଲେ।