Categories: ଖେଳ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଗୁଆହାଟୀ,୨।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଗୁଆହାଟୀରେ ଖେଳାଯିବ। ଉଭୟ ଦଳ ପ୍ରଥମ ଥର ପାଇଁ ଏହି ଗ୍ରାଉଣ୍ଡରେ ପରସ୍ପର ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବେ। ଭାରତ ଏହି ମ୍ୟାଚଥ ଜିତି ସିରିଜ୍‌ ଜିତିବାକୁ ଚେଷ୍ଟା କରିବ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଗୁଆହାଟୀରେ ଖେଲାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ୭.୦୦ରୁ ଆରମ୍ଭ ହେବ। ଟସ୍‌ ୬.୩୦ ପଡିବ। ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ନିକଟରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପ୍ରସାରଣ କରିବାର ଅଧିକାର ଅଛି। ଷ୍ଟାର୍‌ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଏହି ମ୍ୟାଚ ହିନ୍ଦୀ କିମ୍ବା ଇଂରାଜୀ କମେଣ୍ଟ୍ରି ଦେଖିହେବ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପ ରେ ଦେଖିବାକୁ ମିଳିବ।

Share