ଜୋହାନ୍ସବର୍ଗ,୬।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଖେଳ ଗୁରୁବାର ବିଳମ୍ବରେ ଆରମ୍ଭ ହେବ। ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ହାଲୁକା ବର୍ଷା ଯୋଗୁ କଭରଗୁଡ଼ିକ ପଡିଆରେ ଆଚ୍ଛାଦିତ ହୋଇଛି। ସ୍ଥାନୀୟ ଓ୍ବାଣ୍ଡରର୍ସ ଗ୍ରାଉଣ୍ଡରେ ଚାଲିଥିବା ଏହି ଟେଷ୍ଟରେ ଭାରତ ପରାଜୟ ଆଶଙ୍କାରେ ରହିଛି। ୨୪୦ ରନ୍ର ବିଜୟ ଲକ୍ଷ୍ୟରେ ଦକ୍ଷିଣଆଫ୍ରିକା ତୃତୀୟ ଦିନ ଶେଷ ବେଳକୁ ୨ ଉଇକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଛି। ଘରୋଇ ଦଳ ହାତରେ ୮ ଉଇକେକଟ୍ ସୁରକ୍ଷିତ ଥିବାବେଳେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆଉ ୧୨୨ ରନ୍ ଆବଶ୍ୟକ କରୁଛି। ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି।