Categories: ଖେଳ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିଥିବା ଦଳ ମଧ୍ୟ ସିରିଜ ହାତେଇବ। ବର୍ତ୍ତମାନ ସିରିଜ ୧-୧ରେ ବରାବର ହୋଇଛି। ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌କୁ ନଅ ରନ୍‌ରେ ଜିତିଥିଲା। ଏଥି ସହିତ ଦ୍ୱିତୀୟ ଦିନିକିଆକୁ ଭାରତ ୭ ଉଇକେଟ ନେଇ ଜିତିଥିଲା। ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ ଅଧିକ ଗୁରୁତ୍ୱପୂର୍ଣ୍ଣ।
ବିଶ୍ୱ ସୁପରଲିଗରେ ସ୍ଥାନିତ ହୋଇଥିବା ଆଠଟି ଦଳ ବିଶ୍ୱକପ୍‌ରେ ସିଧାସଳଖ ପ୍ରବେଶ କରୁଛନ୍ତି, କିନ୍ତୁ ଆଫ୍ରିକା ବର୍ତ୍ତମାନ ଏକାଦଶ ସ୍ଥାନରେ ଅଛି। ଯଦି ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ ହାରିଯାଏ, ତେବେ ଆସନ୍ତା ବର୍ଷ ଜିମ୍ବାୱେ ବିପକ୍ଷରେ ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ବାଧ୍ୟ ହେବ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ ନୂଆଦିଲ୍ଲୀରେ ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ଦିନ ୧.୩୦ରୁ ଆରମ୍ଭ ହେବ। ଟସ୍‌ ଦିନ ୧.୦୦ରେ ପଡିବ। ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ନିକଟରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପ୍ରସାରଣ କରିବାର ଅଧିକାର ଅଛି। ଷ୍ଟାର୍‌ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଏହି ମ୍ୟାଚ ହିନ୍ଦୀ କିମ୍ବା ଇଂରାଜୀ କମେଣ୍ଟ୍ରି ଦେଖିହେବ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପ ରେ ଦେଖିବାକୁ ମିଳିବ।

Share