Categories: ଖେଳ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ମଙ୍ଗଳବାର ଇନ୍ଦୋରରେ ଖେଳାଯିବ। ତୃତୀୟ ଟି -୨୦ରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ। ଏଭଳି ପରିସ୍ଥିତିରେ ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୨-୧ରେ ଜିତି ସାରିଛି। ଭାରତ ପ୍ରଥମ ଟି-୨୦କୁ ଆଠ ଉଇକେଟ ଏବଂ ଦ୍ୱିତୀୟ ଟି-୨୦ ୧୬ ରନ୍‌ରେ ଜିତିଛି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍‌ ଇନ୍ଦୋରରେ ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ୭.୦୦ରୁ ଆରମ୍ଭ ହେବ। ଟସ୍‌ ୬.୩୦ ପଡିବ। ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ନିକଟରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପ୍ରସାରଣ କରିବାର ଅଧିକାର ଅଛି। ଷ୍ଟାର୍‌ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଏହି ମ୍ୟାଚ ହିନ୍ଦୀ କିମ୍ବା ଇଂରାଜୀ କମେଣ୍ଟ୍ରି ଦେଖିହେବ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପ ରେ ଦେଖିବାକୁ ମିଳିବ।

Share