Categories: ଖେଳ

ଆଫ୍ରିକା ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ହାର୍ଦ୍ଦିକଙ୍କ ସ୍ଥାନରେ ଏହି ଖେଳାଳିଙ୍କ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ଚଳିତ ମାସ ୨୮ ତାରିଖରେ ଥିରୁଭାନନ୍ତପୁରମଠାରେ ଆରମ୍ଭ ହେବ। ଏହି ସିରିଜ ପାଇଁ ପୂର୍ବ ଘୋଷିତ ଭାରତୀୟ ଦଳରେ କେତେକ ପରିବର୍ତ୍ତନ କରାଯାଇଛି। କୋଭିଡ-୧୯ରୁ ମୁକୁଳି ନ ଥିବାରୁ ଦ୍ରୁତ ବୋଲର ମହମ୍ମଦ ଶାମି ଓହରି ଯାଇଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ଦୀପକ ହୁଦା ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଖେଳିପାରିବେ ନାହିଁ। ତେଣୁ ଦଳରେ ବେଙ୍ଗଲ ଅଲ୍‌ରାଉଣ୍ଡର ଶାହବାଜ ଅହମଦ ଏବଂ ଶ୍ରେୟସ ଆୟାରଙ୍କୁ ସାମିଲ କରାଯାଇଛି। ”ଶାମି କୋଭିଡ-୧୯ରୁ ମୁକୁଳି ନ ନାହାନ୍ତି। ତେଣୁ ସେ ସୁସ୍ଥ ହେବାକୁ ସମ୍ଭବତଃ ଆଉକିଛି ଦିନ ସମୟ ଲାଗିବ। ତେଣୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଓହରି ଯାଇଛନ୍ତି। ଶାମିଙ୍କ ବଦଳ ଖେଳାଳି ଭାବେ ଉମେଶ ଯାଦବ ଦଳରେ ରହିବେ“ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

Share