Categories: ଖେଳ

କଳା ଫିତା ପିନ୍ଧି ପଡିଆକୁ ଓହ୍ଳାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

ସେଞ୍ଚୁରିଆନ୍‌,୨୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନର ସୁପରସପୋର୍ଟ ପାର୍କରେ ଖେଳାଯାଉଛି। ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ କଳା ଫିତା ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ଦକ୍ଷିଣ ଆଫ୍ରିକାର ‘ଆର୍କବିଶପ’ ଦେସମଣ୍ଡ ଟୁଟୁଙ୍କର ରବିବାର ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ଏବଂ ସେ ସାରା ଜୀବନ ରଙ୍ଗଭେଦ ବିରୋଧରେ ଲଢିଥିଲେ।
ସେ ଦକ୍ଷିଣ ଆଫ୍ରିକାରେ ରଙ୍ଗଭେଦ ବିରୋଧୀ ପ୍ରତୀକ ଭାବରେ ମଧ୍ୟ ଜଣାଶୁଣା। ୧୯୮୪ରେ ଟୁଟୁ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ତାଙ୍କ ସମ୍ମାନାର୍ଥେ ଦକ୍ଷିଣ ଆଫ୍ରିକୀୟ ଦଳ ପ୍ରଥମ ଦିନରେ କଳା ଫିତା ପିନ୍ଧି ପଡ଼ିଆକୁ ଆସିଥିଲେ। ୧୯୯୦ ଦଶକର ଶେଷ ଭାଗରେ ଟୁଟୁ ପ୍ରୋଷ୍ଟେଟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେ ଦୀର୍ଘ ବର୍ଷ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Share