Categories: ଖେଳ

ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ମୋଟ ୨ଟି ମ୍ୟାଚ ଖେଳି ଉଭୟ ମ୍ୟାଚ୍‌ ଜିତିଛି। ବର୍ତ୍ତମାନ ଦଳ ପରବର୍ତ୍ତୀ ମ୍ୟାଚ ଆଜି ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ ବହୁତ ଆକର୍ଷଣୀୟ ହେବ।
ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ ୩୦ ଅକ୍ଟୋବରରେ ଖେଲାଯିବ। ଏହି ମ୍ୟାଚ ପର୍ଥ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୪.୩୦ରୁ ଆରମ୍ଭ ହେବ। ଟସ୍‌ ୪.୦୦ରେ ପଡିବ। ଷ୍ଟାର ସ୍ପୋର୍ଟସ ନେଟୱାର୍କର ଟି-୨୦ ବିଶ୍ୱକପ ପ୍ରସାରଣ କରିବାର ଅଧିକାର ଅଛି। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଆପଣ ଷ୍ଟାର ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଦେଶର ଅନ୍ୟ ଭାଷାରେ କମେଣ୍ଟ୍ରି ସହିତ ଭାରତ ଏବଂ ନେଦରଲ୍ୟାଣ୍ଡ ମ୍ୟାଚ ଦେଖିପାରିବେ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପ ରେ ଦେଖିବାକୁ ମିଳିବ।

Share