Categories: ଖେଳ

ଟସ୍‌ ଜିତିଲା ଶ୍ରୀଲଙ୍କା; ବୋଲିଂ କରିବ ଭାରତ

କଲମ୍ବୋ,୧୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲା ଏଠାକାର କେ.ଆର୍‌.ପ୍ରେମଦାସା ଷ୍ଟାଡିୟମରେ ରବିବାର ଖେଳାଯାଉଛି। ନିୟମିତ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଗସ୍ତରେ ଥିବା ଯୋଗୁ ଓପନର୍‌ ଶିଖର ଧାଓ୍ବନ ଦଳର ନେତୃତ୍ୱ ନେଉଛନ୍ତି। ସେହିଭଳି ଶ୍ରୀଲଙ୍କା କୁସାଲ ପେରେରାଙ୍କ ସ୍ଥାନରେ ଦାଶୁନ ଶାନାକାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛି। ଏବେ ଯାଏର ଅପ୍‌ଡେଟ୍‌ ଅନୁଯାୟୀ ଶ୍ରୀଲଙ୍କା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ମ୍ୟାଚ୍‌ରେ ଭାରତର ଦୁଇଜଣ ଖେଳାଳି ଡେବ୍ୟୁ କରିଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବଙ୍କୁ ଟସ୍‌ ପୂର୍ବରୁ କ୍ୟାପ୍‌ ଦିଆଯାଇଛି।

କହିରଖୁଛୁ, ଭାରତ ଓ ଶ୍ରୀଲଙ୍କା ଏଯାବତ ୧୫୯ ଦିନିକିଆ ଖେଳାଯାଇଛି। ସେଥିରୁ ୯୧ ମ୍ୟାଚ୍‌ରେ ଜିତିଛି ଭାରତ, ୫୬ ମ୍ୟାଚ୍‌ରେ ଶ୍ରୀଲଙ୍କା ବିଜେତା ହୋଇଛି। ଶେଷଥର ପାଇଁ ଶ୍ରୀଲଙ୍କା ୧୯୯୭ରେ ଭାରତ ବିପକ୍ଷରେ ଦିନିକିଆ ଜିତିଥିଲା। ହେଲେ ଧାଓ୍ବନଙ୍କୁ ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବାରୁ ଏହି ସିରିଜ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଭାରତର ପୂର୍ବ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ରାହୁଲ ଦ୍ରାବିଡ କୋଚ୍‌ ହିସାବରେ ଶ୍ରୀଲଙ୍କା ଆସିଥିବାରୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Share