Categories: ଖେଳ

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଗୁଆହାଟୀ,୧୦।୧: ଟି-୨୦ ସିରିଜ ବିଜୟୀ ହେବା ପରେ ଭାରତ ଦିନିକିଆରେ ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆଜିଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ଗୁଆହାଟୀରେ ଖେଳାଯିବ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟିମ ବ୍ଲୁ ର ଅଧିନାୟକ ଥିବାବେଳେ ଶ୍ରୀଲଙ୍କାର ଦାସୁନ ଶନାକାଙ୍କ ଅଧିନାୟକ ହେବେ। ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତିଛି ଏବଂ ବର୍ତ୍ତମାନ ଟିମ ବ୍ଲୁ ଆଗାମୀ ତିନୋଟି ଦିନିକିଆ ମ୍ୟାଚରେ ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଚାହୁଁଛି।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଭାରତୀୟ ସମୟ ଦିନ ୧.୩୦ରୁ ଆରମ୍ଭ ହେବ। ଏଥି ସହିତ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଏହି ମ୍ୟାଚ ସିଧା ପ୍ରସାରଣ ହେବ। ଦର୍ଶନମାନେ ଡିଜ୍‌ନୀ ପ୍ଲସ ହଟଷ୍ଟାରରେ ଲାଇଭ ଷ୍ଟ୍ରିମିଂ ଦେଖିପାରିବେ। ଏହା ବ୍ୟତୀତ ପ୍ରଶଂସକମାନେ ଡିଡି ସ୍ପୋର୍ଟସରେ ମାଗଣା ଲାଇଭ ପ୍ରସାରଣ ଦେଖିପାରିବେ।

Share