କଲମ୍ବୋ,୧୫।୯: ୨୦୨୩ ଏସିଆ କପର ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୭ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହାର ଠିକ୍ ପୂର୍ବରୁ ଶ୍ରୀଲଙ୍କା ପାଇଁ ଏକ ଖରାପ ଖବର ଆସିଛି। ଦଳର ଶ୍ରେଷ୍ଠ ବୋଲର ମହିଶ ଥେକ୍ସାନା ଆହତ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ମହିଶ ଆହତ ହୋଇଥିଲେ। ମ୍ୟାଚ ସମୟରେ ସେ ଅନେକ ଥର ମଇଦାନରୁ ବାହାରି ଯାଇଥିଲେ। ବର୍ତ୍ତମାନ ତାଙ୍କ ବିଷୟରେ କୌଣସି ଅପଡେଟ୍ ମିଳିନାହିଁ। କିନ୍ତୁ ଫାଇନାଲ ପୂର୍ବରୁ ଶ୍ରୀଲଙ୍କାଙ୍କୁ ବଡ଼ ଝଟକା ଲାଗିଛି।
କଲମ୍ବୋରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ୨ ଉଇକେଟ୍ରେ ହରାଇ ଶ୍ରୀଲଙ୍କା ମ୍ୟାଚ ଜିତିଥିଲା। ଏହି ବିଜୟ ସହିତ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ ସମୟରେ ଶ୍ରୀଲଙ୍କାର ବୋଲର ଥେକ୍ସାନା ଆହତ ହୋଇଥିଲେ। ସେ ଏହି ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ୫ ଟି ମ୍ୟାଚରେ ଥେକ୍ସାନା ୮ ଉଇକେଟ୍ ନେଇଛନ୍ତି।