ମୋହାଲି,୫।୩: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ସମାପ୍ତ ହୋଇଛି। ଭାରତୀୟ ଦଳ ଶନିବାର ୮ ଉଇକେଟ ହରାଇ ୫୭୪ ରନ୍ କରି ପାଳି ଘୋଷଣା କରିଥିଲା। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଦଳ ଷ୍ଟମ୍ପ ଅପସାରଣ ବେଳକୁ ମାତ୍ର ୧୦୮ ରନ୍ରେ ୪ ଉଇକେଟ ହରାଇଛି। ଫଳରେ ଭାରତ ନିଜକୁ ଦୃଢ଼ ସ୍ଥିତିରେ ରଖିବାରେ ସଫଳ ହୋଇଛି। ଭାରତ ପକ୍ଷରୁ ଅଶ୍ୱିନ ୨ଟି ଉଇକେଟ ନେଇଥିବା ବେଳେ ଜାଡେଜା ଓ ବୁମ୍ରା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।