Categories: ଖେଳ

ବିସ୍ଫୋରକ ଫର୍ମରେ ଧାଓ୍ବନ, ଭାରତ ୧୮୩/୧

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ନିକୋଲାସ ପୁରାନ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଖବର ଲେଖାଯିବା ସୁଦ୍ଧା ଟିମ୍‌ ଇଣ୍ଡିଆ ୧ ଉଇକେଟ ହରାଇ ୧୮୩ ରନ୍‌ କରିଛି। ୮୨ ରନ୍‌ କରି ଅଧିନାୟକ ଶିଖର ଧାଓ୍ବନ ଏବଂ ୨୩ ରନ୍‌ କରି ଶ୍ରେୟାସ ଆୟର ମଇଦାନରେ ଅଛନ୍ତି। ଉଇକେଟ ଭାବେ ଶୁଭମନ ଗିଲ(୬୪) ପ୍ୟାଭିଲିୟନ ଫେରିଛନ୍ତି।

Share