Categories: ଖେଳ

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ତ୍ରିନିଦାଦ,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ବୁଧବାର ତ୍ରିନିଦାଦର କ୍ୱିନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ପୂର୍ବରୁ ସିରିଜ୍‌ ଜିତି ସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ୍‌ସୁଇପ୍‌ କରିବାକୁ ଚାହୁଁଥିବାବେଳେ କାରିବିଆନ ଦଳ ଶେଷ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚାହିଁବ। ଏହି ମ୍ୟାଚ୍‌ରେ ଭାରତ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ଯୁବ ଖେଲାଳିଙ୍କୁ ସୁଯୋଗ ଦେଇପାରେ। ଚଳିତ ସିରିଜ୍‌ର ପ୍ରଥମ ଦିନିକିଆକୁ ୩ ରନ୍‌ ଏବଂ ଦ୍ୱିତୀୟ ମ୍ୟାଚ୍‌କୁ ୨ ଉଇକେଟ୍‌ରେ ଜିତିଥିଲା।
ଭାରତ ଏବଂ ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ ତ୍ରିନିଦାଦର କ୍ୱିନ୍ସପାର୍କ ଓଭାଲରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଏବଂ ଟସ ୬.୩୦ରେ ପଡିବ। ଫାନକୋଡ ୱେବସାଇଟ ଏବଂ ଏହାର ଆପରେ ଲାଇଭ୍‌ ଷ୍ଟ୍ରିମିଂ ହେବ। ଏହାସହ ଡିଡି ସ୍ପୋର୍ଟସରେ ପ୍ରସାରିତ ହେବ।
ଭାରତୀୟ ଦଳ: ଶିଖର ଧାଓ୍ବନ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ୍‌, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟାର, ଇଶାନ କିଶନ, ସଞ୍ଜୁ ସାମସନ୍‌, ରବୀନ୍ଦ୍ର ଜାଡେଜା(ଉପ-ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆଭେଶ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ୍‌ ଏବଂ ଅର୍ଶଦୀପ ସିଂ।
ଓ୍ବେଷ୍ଟଇଣ୍ଡିଜ ଦଳ: ନିକୋଲାସ୍‌ ପୁରନ୍‌(ଅଧିନାୟକ), ଶାଇ ହୋପ୍‌(ଉପ ଅଧିନାୟକ), ଶମାରା ବ୍ରୁକ୍‌ସ, କେସି କାର୍ଟି, ଜାସନ୍‌ ହୋଲ୍ଡର, ଅକିଲ୍‌ ହୋସେନ୍‌, ଆଲଜାରି ଯୋଶେଫ୍‌, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଗୁଡାକେଶ ମୋତି, କିମୋ ପଲ୍‌, ରୋଭମାନ ପାଓ୍ବେଲ୍‌ ଓ ଜାଡେନ୍‌ ସେଲ୍ସ।

Share