Categories: ଖେଳ

ଆଜି ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ପୋର୍ଟ ଅଫ ସ୍ପେନ୍‌,୨୪ା୭: ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ କଡା ସଂଘର୍ଷପୂର୍ଣ୍ଣ ବିଜୟ ପରେ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ। ଷ୍ଟାଣ୍ଡଇନ୍‌ କ୍ୟାପଟେନ୍‌ ଶିଖର ଧାଓ୍ବନଙ୍କ ଆଗରେ ରହିଥିବା ଚ୍ୟାଲେଞ୍ଜ ମଧ୍ୟରୁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ମଧ୍ୟକ୍ରମ ବ୍ୟାଟିଂ। ଟପ୍‌ ଅର୍ଡରରେ ଧାଓ୍ବନ୍‌ ଓ ଗିଲ୍‌ ଚମତ୍କାର ବ୍ୟାଟିଂ କରିଥିଲେ। ଡିଫେନ୍ସ ଓ ଆକ୍ରମଣର ଏକ ଚମତ୍କାର ସମନ୍ବୟ ସହିତ ଉଭୟ ଦଳକୁ ଏକ ବିଶାଳ ସ୍କୋର ଦିଗରେ ନେଇଥିଲେ। ତେବେ ପ୍ରଥମ ଥର କାରିବିୟାନ ମାଟିରେ ଖେଳୁଥିବା ଭାରତର ଅନଭିଜ୍ଞ ମଧ୍ୟକ୍ରମକୁ ବଶକରି ନେଇଥିଲେ ଇଣ୍ଡିଜ ବୋଲର। ତେବେ ସିରିଜ ବିଜୟ ଲକ୍ଷ୍ୟରେ ରହିଥିବା ଭାରତ ଦ୍ୱିତୀୟ ମ୍ୟାଚରେ ନିଜର ମଧ୍ୟକ୍ରମ ସମସ୍ୟା ସୁଧାରିବାକୁ ଚାହିଁବ।  ସେହିପରି କ୍ୟାରିୟରର ୧୮ତମ ଶତକ ଅଳ୍ପକେ ମିସ୍‌ କରିଥିବା ଧାଓ୍ବନଙ୍କ ନିକଟରୁ ମଧ୍ୟ ଏକ ବଡ ଇନିଂସ ଆଶା କରାଯାଏ।

ଭାରତ ଏବଂ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ତ୍ରିନିଦାଦର ପୋର୍ଟ ଅଫ ସ୍ପେନର କ୍ୱିନ୍ସପାର୍କ ଓଭାଲରେ ଖେଳାଯିବ। ଭାରତୀୟ ସମୟ ସା ୭ଟାରେ ଆରମ୍ଭ ହେବ ଏବଂ ଟସ ୬.୩୦ରେ ପଡିବ। ଫାନକୋଡ ୱେବସାଇଟ ଏବଂ ଏହାର ଆପରେ ଲାଇଭ୍‌ ଷ୍ଟ୍ରିମିଂ ହେବ। ଏହାସହ ଡିଡି ସ୍ପୋର୍ଟସରେ ପ୍ରସାରିତ ହେବ।
ଭାରତୀୟ ଦଳ: ଶିଖର ଧାଓ୍ବନ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ୍‌, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟାର, ଇଶାନ କିଶନ, ସଞ୍ଜୁ ସାମସନ୍‌, ରବୀନ୍ଦ୍ର ଜାଡେଜା(ଉପ-ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆଭେଶ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ୍‌ ଏବଂ ଅର୍ଶଦୀପ ସିଂ।
ଓ୍ବେଷ୍ଟଇଣ୍ଡିଜ ଦଳ: ନିକୋଲାସ୍‌ ପୁରନ୍‌(ଅଧିନାୟକ), ଶାଇ ହୋପ୍‌(ଉପ ଅଧିନାୟକ), ଶମାରା ବ୍ରୁକ୍‌ସ, କେସି କାର୍ଟି, ଜାସନ୍‌ ହୋଲ୍ଡର, ଅକିଲ୍‌ ହୋସେନ୍‌, ଆଲଜାରି ଯୋଶେଫ୍‌, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଗୁଡାକେଶ ମୋତି, କିମୋ ପଲ୍‌, ରୋଭମାନ ପାଓ୍ବେଲ୍‌ ଓ ଜାଡେନ୍‌ ସେଲ୍ସ।

Share