Categories: ଖେଳ

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଟି-୨୦: ବିଳମ୍ବରେ ଆରମ୍ଭ ହେବ ମ୍ୟାଚ୍‌

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ର ସମୟରେ ପରିବର୍ତ୍ତନ କରାଯାଇଛି। ସେଣ୍ଟ କିଟ୍ସରେ ଖେଳାଯିବାକୁ ଏହି ମ୍ୟାଚ ଭାରତୀୟ ସମୟ ରାତି ୮ଟା ପରିବର୍ତ୍ତେ ରାତି ୯.୩୦ରେ ଆରମ୍ଭ ହେବ। ବିସିସିଆଇ ଟୁଇଟ କରି ଏହି ସୂଚନା ଦେଇଛି।
ଦ୍ୱିତୀୟ ଟି -୨୦ ମ୍ୟାଚ ଆରମ୍ଭରେ ବହୁତ ବିଳମ୍ବ ହୋଇଥିଲା। ଦ୍ୱିତୀୟ ଟି-୨୦ ମ୍ୟାଚ ଭାରତୀୟ ସମୟ ରାତି ୮ ଟା ପରିବର୍ତ୍ତେ ରାତି ୧୧ ଟାରୁ ଆରମ୍ଭ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆୟୋଜକମାନେ ଟିକେ ବିଳମ୍ବ ସହ ତୃତୀୟ ଟି -୨୦ ମ୍ୟାଚ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍‌ ଭାରତ ଜିତିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଦଳ ଦୃଢ ପ୍ରତ୍ୟାବର୍ତ୍ତନ କରି ପାଞ୍ଚ ଉଇକେଟ ଜିତିବାରେ ସଫଳ ହୋଇଥିଲା। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଖେଳାଯାଉଥିବା ସିରିଜ ୧-୧ରେ ବରାବର ହୋଇଛି।
ତେବେ ମ୍ୟାଚ୍‌ ସମୟର ପରିବର୍ତ୍ତନ କେବଳ ତୃତୀୟ ମ୍ୟାଚରେ ପ୍ରଯୁଜ୍ୟ ହେବ। ସିରିଜର ଚତୁର୍ଥ ମ୍ୟାଚ ଅଗଷ୍ଟ ୬ରେ ଖେଳାଯିବାକୁ ଥିବାବେଳେ ଶେଷ ମ୍ୟାଚ ଅଗଷ୍ଟ ୭ରେ ଖେଳାଯିବ। ଏହି ଉଭୟ ମ୍ୟାଚ ଭାରତୀୟ ସମୟ ରାତି ୮ ଟାରୁ ଆରମ୍ଭ ହେବ।

Share