Categories: ଖେଳ

ଟେଷ୍ଟ କ୍ରିକେଟରେ ଯଶସ୍ବୀ ଜୟସ୍ବାଲଙ୍କ ଡେବ୍ୟୁ ନିଶ୍ଚିତ, ଏହି ନମ୍ବରରେ ମିଳିପାରେ ବ୍ୟାଟିଂ କରିବାର ସୁଯୋଗ

ନୂଆଦିଲ୍ଲୀ,୭।୭: ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତକୁ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳିବାକୁ ପଡିବ। ଏହି ଟେଷ୍ଟ ମ୍ୟାଚ ସହିତ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି)ର ତୃତୀୟ ସଂସ୍କରଣରେ ମଧ୍ୟ ଡେବ୍ୟୁ କରିବ। ୱିଣ୍ଡିଜ ସିରିଜ ପାଇଁ ଟିମ ଇଣ୍ଡିଆର ଖେଳାଳି ୧୧ରେ କିଛି ନୂତନ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ଏହାର ଗୋଟିଏ ନାମ ହେଉଛି ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ, ଯାହାର ଟେଷ୍ଟ କ୍ରିକେଟରେ ଡେବ୍ୟୁ ନିଶ୍ଚିତ ବୋଲି ବିଶ୍ୱାସ କରାଯାଉଛି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଦ୍ୱିତୀୟ ସଂସ୍କରଣର ଫାଇନାଲ ମ୍ୟାଚରେ ଚେତେଶ୍ୱର ପୂଜାରାଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା। ଯଶସ୍ବୀ ଙ୍କ ବ୍ୟତୀତ ରିତୁରାଜ ଗାଇକୱାଡଙ୍କୁ ମଧ୍ୟ ୱିଣ୍ଡିଜ ଯାତ୍ରା ପାଇଁ ଦଳରେ ସାମିଲ କରାଯାଇଛି। ତେବେ ଯଶସ୍ବୀଙ୍କ ବିଷୟରେ ଆଶା କରାଯାଉଛି ଯେ ତାଙ୍କୁ ନମ୍ବର ୩ରେ ରଖାଯିବ।

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ସମ୍ପର୍କରେ ପିଟିଆଇର ଖବର ଅନୁଯାୟୀ ଟେଷ୍ଟ ଫର୍ମାଟରେ ଭାରତୀୟ ଦଳ ପାଇଁ ଯଶାସୀଙ୍କ ଡେବ୍ୟ ନିଶ୍ଚିତ ହୋଇଛି। ଏହି ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ ଖେଳିଥିଲା, ଯେଉଁଥିରେ ଯଶସ୍ବୀଙ୍କ ବ୍ୟାଟ ସହିତ ଏକ ଅର୍ଦ୍ଧଶତକୀୟ ଇନିଂସ ମଧ୍ୟ ଦେଖିବାକୁ ମିଳିଥିଲା।

Share