ହରାରେ,୧୮।୮: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ହରାରେଠାରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ସିରିଜରେ ଲୋକେଶ ରାହୁଲ ଭାରତୀୟ ଦଳର ଅଧିନାୟକ ଅଛନ୍ତି। ଦୀର୍ଘ ଦିନ ପରେ ରାହୁଲ ଆହତରୁ ଦଳକୁ ଫେରିଛନ୍ତି। ତାଙ୍କ ବ୍ୟତୀତ ଦୀପକ ଚହର ମଧ୍ୟ କିଛି ମାସ ପରେ କ୍ରିକେଟ ପଡ଼ିଆକୁ ଫେରୁଛନ୍ତି। ସମସ୍ତ ନଜର ଏହି ଦୁଇ ଖେଳାଳିଙ୍କ ଉପରେ ରହିବ। ଏହା ବ୍ୟତୀତ ଅନେକ ଯୁବ ଖେଳାଳିଙ୍କୁ ମଧ୍ୟ ଏହି ସିରିଜରେ ସୁଯୋଗ ଦିଆଯାଇଛି।
ନିକଟରେ ଜିମ୍ବାୱେ ଦଳ ବାଂଲାଦେଶ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଦିନିକିଆ-ଟି୨୦ ସିରିଜ ଜିତିଥିଲା। ଏଭଳି ପରିସ୍ଥିତିରେ ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଆଶା କରାଯାଉଛି।
ଗତ ୨୫ ବର୍ଷ ମଧ୍ୟରେ ଜିମ୍ବାୱେରେ ଭାରତ କୌଣସି ଦିନିକିଆ ସିରିଜ ହାରି ନାହିଁ। ଭାରତ ଏହି ରେକର୍ଡ ବଜାୟ ରଖିବାକୁ ଚାହୁଁଛି।