Categories: ଖେଳ

ଆଜି ଭାରତ-ପାକିସ୍ତାନ ଲଢେଇ

ଢାକା,୬।୧୦: ମହିଳା ଏସିଆ କପ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ ଅଭିଯାନ ଜାରି ରଖିବା ପାଇଁ ଭାରତ ଚେଷ୍ଟା କରିବ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ମ୍ୟାଚକୁ ନେଇ ସବୁବେଳେ ଉତ୍କଣ୍ଠା ରହିଥାଏ। କିନ୍ତୁ ଚଳିତ ବର୍ଷ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚରେ ଭାରତୀୟ ଦଳ ସହଜ ବିଜୟ ହାସଲ କରିଛି। ଜୁଲାଇରେ କମନୱେଲଥ ଗେମ୍ସରେ ଭାରତ ସହଜରେ ପାକିସ୍ତାନକୁ ପରାସ୍ତ କରିଥିଲା।
ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ପାଞ୍ଚଟି ମ୍ୟାଚରେ ଭାରତ ବିଜୟୀ ହୋଇଛି। ଆଜି ଭାରତ ପାକିସ୍ତାନ ବିପକ୍ଷ କ୍ରମାଗତ ଷଷ୍ଠ ମ୍ୟାଚ ଜିତିବାକୁ ଯିବ। ମହିଳା ଏସିଆ କପରେ ଭାରତ କ୍ରମାଗତ ତିନିଟି ମ୍ୟାଚ ଜିତିଛି ଏବଂ ଟେବୁଲର ଶୀର୍ଷରେ ଅଛି।

Share