କାନାଡ଼ାରେ ଗୁପ୍ତଚର ବୃତ୍ତିରେ ସାମିଲ ଥିଲା ଭାରତ

ଅଟାଓ୍ବା, ୧୧।୫: ଭାରତ କାନାଡ଼ାର ବିଭିନ୍ନ ଗୁପ୍ତଚର କାର୍ଯ୍ୟକଳାପରେ ସାମିଲ ଥିବା ନେଇ କାନାଡ଼ାର ଗୋଇନ୍ଦା ଏଜେନ୍ସି ‘କାନାଡ଼ିଆନ ସୁରକ୍ଷା ଗୁପ୍ତଚର ସେବା(ସିଏସ୍‌ଆଇଏସ୍‌)’ ଦାବି କରିଛି। ଏନେଇ ସିଏସ୍‌ଆଇଏସ୍‌ ପକ୍ଷରୁ ଏକ ସାର୍ବଜନୀନ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ଭାରତ ସହ ଚାଇନା, ରୁଷିଆ ଓ ଇରାନର ନାମ ଉଲ୍ଲେଖ ରହିଛି। ଏହି ସବୁ ଦେଶ କାନାଡ଼ା ସମେତ ବିଭିନ୍ନ ପଶ୍ଚିମ ଦେଶରେ ହସ୍ତକ୍ଷପ କରିବା ସହ ଅନେକ ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ରିପୋର୍ଟରେ କୁହାଯାଇଛି। ନିଜ ଉଦ୍ଦେଶ୍ୟ ଏବଂ ଫାଇଦାକୁ ସାଧିତ କରିବା ପାଇଁ ବିଭିନ୍ନ ପ୍ରକାରର ବିଦେଶୀ ହସ୍ତକ୍ଷେପ ସହ ଗୁପ୍ତଚର କାର୍ଯ୍ୟକଳାପ ଏହି ସବୁ ଦେଶ ସାମିଲ ରହିଛନ୍ତି। ସେହିପରି ଏହି ରିପୋର୍ଟରେ ଭାରତ-କାନାଡ଼ା ସମ୍ପର୍କରେ ଅବନତି ଘଟିଥିବା ସ୍ବୀକାର କରାଯାଇଛି। ତେବେ ୨ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ପରେ କିଛି ଭାରତ ସମର୍ଥିତ ଅଭିନେତା କାନାଡ଼ା ବିରୋଧରେ ସଫଳତାର ସହ ସାଇବର କାର୍ଯ୍ୟକଳାପ କରାଇଥିବା ସିଏସ୍‌ଆଇଏସ୍‌ ଦାବି କରିଛି। ଅନ୍ୟପକ୍ଷରେ, ଏହି ସାଇବର କାର୍ଯ୍ୟକଳାପରେ ଭାରତ ସରକାରଙ୍କ ସମ୍ପୃକ୍ତି ନ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Share