Categories: ଖେଳ

ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ: ଟସ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ଡୋମିନିକା,୧୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯାଉଛି। ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥଓ୍ବେଟ୍‌ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଖେଳାଳି ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଛନ୍ତି। ୨୧ ବର୍ଷୀୟ ଯଶସୀ ଜୟସ୍ବାଲ ତାଙ୍କର ପ୍ରଥମ ମ୍ୟାଚ ଖେଳିବେ। ତାଙ୍କୁ ରୋହିତ ଶର୍ମା ଟେଷ୍ଟ କ୍ୟାପ ପ୍ରଦାନ କରିଥିଲେ। ଏଥି ସହିତ ଇଶାନ କିଶନ ପ୍ରଥମ ଥର ପାଇଁ ଟେଷ୍ଟ ଖେଳିବାର ସୁଯୋଗ ପାଇଛନ୍ତି। ସେ ମ୍ୟାଚରେ କେ.ଏସ ଭରତଙ୍କ ସ୍ଥାନରେ ଉଇକେଟ କିପିଂ କରିବେ। ବିରାଟ କୋହଲି ଇଶାନଙ୍କୁ ଟେଷ୍ଟ କ୍ୟାପ ଦେଇଛନ୍ତି। ୱେଷ୍ଟଇଣ୍ଡିଜର ଏଲିକ ଅନ୍ତାଜେ ଡେବ୍ୟୁ କରିଛନ୍ତି।

Share