Categories: ଖେଳ

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଦିନିକିଆ ମ୍ୟାଚ୍‌: ଜାଣନ୍ତୁ କେଉଁଠି, କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ତ୍ରିନିଦାଦ,୧।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଆଜି ଖେଳାଯିବ। ଏପର୍ଯ୍ୟନ୍ତ ଭାରତ ଏବଂ ୱେଷ୍ଟଇଣ୍ଡିଜ ଦଳ ୧-୧ ବିଜୟ ହାସଲ କରିଛନ୍ତି। ତେଣୁ ଏହି ମ୍ୟାଚ୍‌ ଫଳାଫଳ ନିର୍ଦ୍ଧାଣ କରିବ।
ପୂର୍ବରୁ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବିନା ପଡ଼ିଆରେ ଅବତରଣ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଥି ସହିତ ରୋହିତ ଶର୍ମା ଏବଂ ବିରାଟ କୋହଲି ଫାଇନାଲ ମ୍ୟାଚରେ ଫେରିବାର ସମସ୍ତ ସମ୍ଭାବନା ରହିଛି।
ଭାରତ ଏବଂ ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ। ମଙ୍ଗଳବାର ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଟସ ୬.୩୦ରେ ପଡିବ। ଏହି ମ୍ୟାଚ୍‌ ଡିଡି ସ୍ପୋଟର୍‌ସରେ ଦେଖିହେବ। ଜିଓ ସିନେମା ଏବଂ ଫାନକୋଡ ଆପ ମାଧ୍ୟମରେ ସିଧା ପ୍ରସାରଣ ହେବ।

Share