Categories: ଖେଳ

ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ଟି-୨୦: ଟସ୍‌ ଜିତିଲା ଭାରତ

ଫ୍ଲୋରିଡା,୧୩।୮:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଫ୍ଲୋରିଡାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ସିରିଜ ବର୍ତ୍ତମାନ ୨-୨ ଅଛି। ଏହି ନିର୍ଣ୍ଣାୟକ ମ୍ୟାଚ ଜିତିବା ଦଳ ଟି-୨୦ ସିରିଜ ମଧ୍ୟ କବଜା କରିବ। ପ୍ରଥମ ଦୁଇଟି ଟି-୨୦ରେ ପରାଜୟ ପରେ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ତୃତୀୟ ଏବଂ ଚତୁର୍ଥ ଟି-୨୦ ଜିତିଥିଲା। ବର୍ତ୍ତମାନ ଟିମ ଇଣ୍ଡିଆ ଏହି ସିରିଜ ଜିତିବାକୁ ପଡ଼ିଆକୁ ଓହ୍ଲାଇବ।

Share