ଭାରତ ଗହମ ନେବାକୁ ମନା କଲା ତୁର୍କୀ…

ନୂଆଦିଲ୍ଲୀ, ୧।୬ : ଭାରତ ପଠାଇଥିବା ଗହମକୁ ତୁର୍କୀ ପ୍ରଶାସନ ନେବାକୁ ମନା କରିଛି। ଏହି ସାମଗ୍ରୀରେ ଫାଇଟୋସାନିଟାରୀ ଅଭିଯୋଗ କରି ତୁର୍କୀ କର୍ତ୍ତୃପକ୍ଷ ଏହି ସାମଗ୍ରୀ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ୨୯ ମଇରେ ତୁର୍କୀରେ ପହଞ୍ଚିଥିବା ଜାହାଜକୁ ଫେରିବାକୁ ପଡିଲା। ଏହି ୧୫ ମିଲିୟନ ଟନ ଗହମ ସାମଗ୍ରୀ ଫେରସ୍ତ ସହିତ ଭାରତର ବ୍ୟବସାୟୀଙ୍କ ଅସୁବିଧା ବଢ଼ିଛି। ଏସ୍‌ ଆଣ୍ଡ୍‌ ପି ଗ୍ଲୋବାଲ କମୋଡିଟି ଅନୁଯାୟୀ, ୫୬୮୭୭ ଟନ ଗହମ ଲୋଡ ପାଇଁ ଯାଇଥିଲା। ମାତ୍ର ଏବେ ଏହା କାଣ୍ଡଲା ବନ୍ଦରକୁ ଫେରୁଛି।

ଏସ୍‌ ଆଣ୍ଡ୍‌ ପି ତରଫରୁ କୁହାଯାଇଛି ଯେ ଗହମ ଯୋଗାଣରେ ରୁବେଲା ରୋଗ ହୋଇଥିଲା, ଏହି କାରଣରୁ ତୁର୍କୀର କୃଷି ମନ୍ତ୍ରଣାଳୟ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା। ତେବେ ଏ ବାବଦରେ ଭାରତର କୃଷି ମନ୍ତ୍ରୀଙ୍କଠାରୁ ଏପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ। ଏପ୍ରିଲରେ ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି ପରେ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଗତ ମାସରେ ଗହମର ମୂଲ୍ୟ ୨୦ପ୍ରତିଶତ ବୃଦ୍ଧି ପାଇଥିଲା, ଯେଉଁଥିପାଇଁ ଗହମ ରପ୍ତାନି ବନ୍ଦ ହୋଇଯାଇଥିଲା। ତେବେ ନିଷେଧାଦେଶ ପୂର୍ବରୁ ରପ୍ତାନି ହୋଇଥିବା ସାମଗ୍ରୀ ଉପରେ ସରକାର ଏହି ପ୍ରତିବନ୍ଧକ ଲଗାଇ ନାହାଁନ୍ତି।

ଟ୍ରେଡିଂ ଫାର୍ମ କମଟ୍ରେଡର ଅଭିଷେକ ଅଗ୍ରୱାଲ କହିଛନ୍ତି ଯେ ଭାରତୀୟ ଉଦ୍ଭିଦଗୁଡିକରେ ରୁବେଲା ରୋଗ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ଯେଉଁ କାରଣରୁ ବିଦେଶକୁ ପଠାଯାଇ ଗହମ ପ୍ରଥମ ଥର ପାଇଁ ଭାରତକୁ ଗହମ ଫେରସ୍ତ ହୋଇଛି।

Share