Categories: ଜାତୀୟ

ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଏବେ ବାଣ୍ଟୁଛି କରୋନା ଟିକା: ମୋଦି

ନୂଆଦିଲ୍ଲୀ,୧୭।୨: ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଅନ୍ୟ ଦେଶ ଉପରେ ନିର୍ଭର କରୁଥିବା ଭାରତର ସ୍ଥିତି ଏବେ ବଦଳି ଯାଇଛି। ଆତ୍ମନିର୍ଭର ଭାରତ ଗଠନ ଉଦ୍ୟମ ସଫଳ ହୋଇଛି। କରୋନା ମହାମାରୀ କ୍ଷେତ୍ରରେ ଭାରତ ପ୍ରତିଷେଧକ ଟିକା ପ୍ରସ୍ତୁତ କରି ପୃଥିବୀରେ ଖ୍ୟାତି ହାସଲ କରିପାରିଛି। ଭାରତ ପକ୍ଷରୁ କରୋନା ଟିକା ଅନ୍ୟ ଦେଶକୁ ବଣ୍ଟା ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତିି। ନାସକମ୍‌ ଟେକୋନାଲୋଜି ଆଣ୍ଡ୍‌ ଲିଡରଶିପ୍‌ ଫୋରମ୍‌ର ୨୯ ତମ ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସେ ଏପରି କହିଛନ୍ତି। ନୂଆ ଭାରତରେ ଦେଶର ୧୩୦ କୋଟି ଜନସାଧାରଣଙ୍କ ସ୍ବପ୍ନ ସାକାର ହେବାରେ ଲାଗିଛି। ଦେଶର ଯୁବବର୍ଗଙ୍କ ଆଶା ଆକାଂକ୍ଷାକୁ ହୃଦୟଙ୍ଗମ କରି ସରକାରଙ୍କ ପକ୍ଷରୁ ନୂଆ ନୀତି ପ୍ରଣୟନ କରାଯାଉଥିବା ମୋଦି କହିଛନ୍ତି। ଏହାଦ୍ୱାରା ଦେଶ ବୃହତ୍‌ ଅର୍ଥବ୍ୟବସ୍ଥା ହେବା ଲକ୍ଷ୍ୟ ନେଇ ଆଗେଇ ଚାଲିଛି। ସୂଚନାଯୋଗ୍ୟ, ଫେବୃୟାରୀ ୧୯ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ୩୦ରୁ ଅଧିକ ଦେଶର ୧୬୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଛନ୍ତି। ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ୩୦ରୁ ଅଧିକ ଉତ୍ପାଦ ପ୍ରଦର୍ଶନ କରାଯିବ।

Share