Categories: ଜାତୀୟ

‘୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ଦେଶ’

ନୂଆଦିଲ୍ଲୀ,୩ା୯: ଦେଶର ଆର୍ଥିକ ଅଭିବୃଦ୍ଧିକୁ ମୋଦି ସରକାରଙ୍କ ୯ ବର୍ଷର ରାଜନୈତିକ ସ୍ଥିରତାର ଏକ ‘ସ୍ବାଭାବିକ ସହ-ଉତ୍ପାଦ’ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ପ୍ରକଟ କରିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ, ଦୁର୍ନୀତି ଏବଂ ଜାତିଭେଦ ମୁକ୍ତ ହେବ। ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ନାହିଁ।

ସେ କହିଛନ୍ତି, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ପ୍ରୟାସରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନୀତିଗତ ଆଭିମୁଖ୍ୟ ବିଷୟରେ ସମୟ ଏବଂ ସ୍ପଷ୍ଟ ସୂଚନା ଦେବା ଉଚିତ। ଯାହା ଦ୍ୱାରା ମୁଦ୍ରାସ୍ଫୀତି ମୁକାବିଲା ପାଇଁ ପ୍ରତ୍ୟେକ ଦେଶ ଗ୍ରହଣ କରିଥିବା ପଦକ୍ଷେପ ଅନ୍ୟ ଦେଶ ଉପରେ ନକାରାତ୍ମକ ପ୍ରଭାବ ପକାଇବ ନାହିଁ। ବର୍ତ୍ତମାନ ସମୟରେ ଅଧିକାଂଶ ବିକଶିତ ଅର୍ଥବ୍ୟବସ୍ଥା ଅର୍ଥନୈତିକ ମନ୍ଥରତା, ଭୟଙ୍କର ଅଭାବ, ଉଚ୍ଚ ମୁଦ୍ରାସ୍ଫୀତି ଏବଂ ସେମାନଙ୍କ ଜନସଂଖ୍ୟା ବୃଦ୍ଧି ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଭାରତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଆସିଛି ଏବଂ ସର୍ବ ବୃହତ ଯୁବ ଜନସଂଖ୍ୟା ରହିଛି।

Share