ନୂଆଦିଲ୍ଲୀ,୨।୮: ଭାରତ ମୋବାଇଲ ଉତ୍ପାଦନରେ ଏକ ହବ୍ ହେବାକୁ ଯାଉଛି। ଉତ୍ପାଦନ ଲାଗି ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ଯୋଜନାର ଲାଭ ନେବାକୁ ୨୨ ନୂଆ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଏହି କମ୍ପାନୀଗୁଡିକ ଦେଶ ମଧ୍ୟରେ ପ୍ରାୟ ୧୧ ହଜାର କୋଟି ଟଙ୍କା ନିବେଶ କରିବେ। ଆଗାମୀ ୫ ବର୍ଷରେ ଦେଶ ମଧ୍ୟରୁ ପ୍ରାୟ ୧୧.୫ ଲକ୍ଷ କୋଟି ମୋବାଇଲ ଉତ୍ପାଦନ ହେବ। କମ୍ପାନୀଗୁଡିକରେ ୧୨ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି।