Categories: ଜାତୀୟ

‘ ଦିନେ ମୋଦିଙ୍କ ନାମରେ ନାମିତ ହେବ ଭାରତ ’

କୋଲକାତା,୮।୩ : ନିଜ ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମକରଣ କରିଛନ୍ତି। କୋଭିଡ୍‌-୧୯ ଭାକ୍ସିନ ପ୍ରମାଣପତ୍ରରେ ନିଜ ଫଟୋ ଛପାଇଛନ୍ତି। ନିଜ ଫଟୋକୁ ଇସ୍ରୋ ଦ୍ୱାରା ମହାକାଶକୁ ପଠାଉଛନ୍ତି। ଏହା ପ୍ରମାଣ କରୁଛି ପ୍ରଧାନମନ୍ତ୍ରୀ ଜଣେ ଅଂହକାରୀ ନେତା। ସେ ଦିନ ଆଉ ଦୂର ନାହିଁ, ଯେଉଁ ଦିନ ସେ ଦେଶର ନାମକୁ ନିଜ ନାମରେ ନାମିତ କରି ଦେବେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କୋଲକାତାରେ ଏକ ରାଲିକୁ ସମ୍ବୋଧନ ଦେଇ ଏଭଳି କହିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଉଲ୍ଲେଖଥାଉ କି, କୋଲକାତାର ବିଗ୍ରେଡ୍‌ ଗ୍ରାଉଣ୍ଡରେ ରବିବାର ଆୟୋଜିତ ଜନ ସମାବେଶରେ ମମତାଙ୍କୁ ପ୍ରବଳ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହାର ଜବାବ ଦେବାକୁ ଯାଇ ଦିଦି କହିଛନ୍ତି, ନିର୍ବାଚନ ଆସିଲେ ଭାଜପା ନେତା ବେଙ୍ଗଲ ଆସନ୍ତି। ଖାଲି ମିଛ ପ୍ରତିଶ୍ରୁତି ବାଟନ୍ତି। ସେ ଆମକୁ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଲେକଚର ଦେଉଛନ୍ତି। ଭାଜପା ଶାସିତ ରାଜ୍ୟରେ ମହିଳାଙ୍କ ସ୍ଥିତି କ’ଣ ? ମୋଦିଙ୍କ ଫେଭରାଇଟ୍‌ ଗୁଜରାଟ ପରିସ୍ଥିତି ଏବେ କେଉଁଭଳି? ବୋଲି ସେ ପ୍ରଶ୍ନ କରିଛନ୍ତି ।

Share