ଡ୍ରୋନ୍‌ ଟେକ୍ନୋଲୋଜିରେ ଗ୍ଲୋବାଲ ଲିଡର ହେବ ଭାରତ

ନୂଆଦିଲ୍ଲୀ,୧୧।୮: କ୍ରମାଗତ ଭାବେ ଭାରତୀୟ ଡ୍ରୋନ୍‌ ବଜାର ଦ୍ରୁତ ଅଭିବୃଦ୍ଧି ପଥରେ ରହିଛି, ଯାହା ୧୭.୦ %ର ଏକ କମ୍ପାଉଣ୍ଡ ଆନୁଆଲ ଗ୍ରୋଥ୍‌ ରେଟ୍‌ (ସିଏଜିଆର୍‌)ରେ ୨୦୨୪ର ୬୫୪ ମିଲିୟନ ଡଲାରରୁ ୨୦୨୯ରେ ୧୪୩୭ ମିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏପରିକି ଏହି ବୃଦ୍ଧି କୃଷି, ପ୍ରତିରକ୍ଷା ଓ ଇ-କମର୍ସ ଭଳି ବିବିଧ ପ୍ଲାଟ୍‌ଫର୍ମ(କ୍ଷେତ୍ର)ଗୁଡିକରେ ବଢୁଥିବା ଚାହିଦା ଦ୍ୱାରା ବହୁମାତ୍ରାରେ ପରିଚାଳିତ ହୋଇଛି। ଏପରିକି ୨୦୩୦ ସୁଦ୍ଧା ଭାରତ ଡ୍ରୋନ୍‌ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର ହେବ ବୋଲି ଆକଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ‘କୌଶଳ ରଥ’ ଅଭିଯାନର ଔପଚାରିକ ଉଦ୍‌ଘାଟନ ନିକଟରେ ହୋଇଯାଇଛି। ଏହା ସହ ଓଡ଼ିଶା ଦ୍ରୁତ ଅଭିବୃଦ୍ଧିଶୀଳ ଶିଳ୍ପରେ ଏକ ପ୍ରମୁଖ ରାଜ୍ୟ ଭାବେ ପରିଣତ ହେବାର ଆକାଂକ୍ଷାକୁ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିଛି। ସେହିଭଳି ସ୍କିଲ୍‌ଡ-ଇନ୍‌-ଓଡ଼ିଶା ମିଶନ ଅଧୀନରେ ଏହି ପଦକ୍ଷେପର ଏକ ଅଂଶ ଭାବେ ଓଡ଼ିଶାରେ ଅବସ୍ଥାପିତ ଏକ ଡ୍ରୋନ୍‌ ଟେକ୍ନୋଲୋଜି ଓ ଆନାଲିଟିକ୍ସ କମ୍ପାନୀ ‘ଆଇଜି ଡ୍ରୋନ୍‌ସ’ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ଦ୍ୱାରା ଅନୁମୋଦିତ ପାଠ୍ୟକ୍ରମଗୁଡିକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ କରିଛି। ଏହା ମାଧ୍ୟମରେ ଆଡ୍‌ଭାନ୍ସଡ ଡ୍ରୋନ୍‌ ଟେକ୍ନୋଲୋଜି ଫଣ୍ଡାମେଣ୍ଟାଲ୍ସ ସହିତ ଏ କ୍ଷେତ୍ରରେ ୧୦,୦୦୦ରୁ ଅଧିକ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ କମ୍ପାନୀ ପ୍ରସ୍ତୁତ ରହିଛି। ଆଇଜି ଡ୍ରୋନ୍‌ସ ନିକଟରେ ସ୍ବତନ୍ତ୍ର ଭାବେ ନିର୍ମିତ ଏକ ଅତ୍ୟାଧୁନିକ ଡ୍ରୋନ୍‌ ସିମୁଲେଟର ରହିଛି, ଯାହାକି ସ୍ବଦେଶୀ ଭାବେ ବିକଶିତ ଓ ଭାରତର ପ୍ରଥମ ସିମୁଲେଟର । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା। ସେହିପରି ୨ ଯୁବ ଓଡ଼ିଆ ଉଦ୍ୟୋଗୀ ବୋଧିସତ୍ୱ ସଂଘପ୍ରିୟା ଓ ଓମ୍‌ପ୍ରକାଶଙ୍କ ଦ୍ୱାରା ସ୍ଥାପିତ ଆଇଜି ଡ୍ରୋନ୍‌ସ ୨୦୩୦ ସୁଦ୍ଧା ଭାରତକୁ ଏକ ଗ୍ଲୋବାଲ ଡ୍ରୋନ୍‌ ହବ୍‌ରେ ପରିଣତ କରାଇବା ଯାତ୍ରାରେ ଓଡ଼ିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଭାବେ ଅବସ୍ଥାପିତ କରିବା ଲାଗି ପ୍ରତିବଦ୍ଧ ରହିଛନ୍ତି। ଏପରିକି କମ୍ପାନୀର ପ୍ରୟାସଗୁଡିକ ରାଜ୍ୟର ପ୍ରତିଭାମାନଙ୍କୁ ଉପଯୋଗ କରିବା ସହ ସେମାନଙ୍କୁ ଡ୍ରୋନ୍‌ ଟେକ୍ନୋଲୋଜି କ୍ଷେତ୍ରରେ ଅତ୍ୟାଧୁନିକ ଦକ୍ଷତା ପ୍ରଦାନ କରିବା ଦିଗରେ ପ୍ରସ୍ତୁତ ରହିଛି, ଯାହାର ନିଯୁକ୍ତି ବଜାରରେ ଯଥେଷ୍ଟ ଅଧିକ ଚାହିଦା ରହିଛି। ଏ ସମ୍ପର୍କରେ ଆଇଜି ଡ୍ରୋନ୍‌ସର ଏମ୍‌ଡି ବୋଧିସତ୍ୱ ସଂଘପ୍ରିୟା କହିଛନ୍ତି,ଡ୍ରୋନ ଶିଳ୍ପରେ ଏକ ପ୍ରମୁଖ ଖେଳାଳି ହେବା ପାଇଁ ଓଡ଼ିଶା ନିକଟରେ ଅପାର କ୍ଷମତା ରହିଛି। ଏପରିକି କୌଶଳ ରଥ ଅଭିଯାନ ମାଧ୍ୟମରେ ଆମେ ଯୁବପିଢ଼ିଙ୍କୁ ଡ୍ରୋନ୍‌ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରର ଅତ୍ୟାଧୁନିକ ଦକ୍ଷତା ସହ ସୁସଜ୍ଜିତ କରିବା ପାଇଁ ଲକ୍ଷ୍ୟ ରଖିଛୁ, ଯାହା ଭବିଷ୍ୟତ ପାଇଁ ଜରୁରୀ । ଆମର ସ୍ବତନ୍ତ୍ର ଆଭିମୁଖ୍ୟ ବ୍ୟବହାରିକ ଅଭିଜ୍ଞତା ଉପରେ ଗୁରୁତ୍ୱ ଦେଉଛି, ଯାହା ଆମର ପ୍ରଶିକ୍ଷାର୍ଥୀମାନେ ଯେପରି ନିଯୁକ୍ତି ପାଇଁ ପ୍ରସ୍ତୁତ ରହିବେ ଏବଂ ବିଭିନ୍ନ ଶିଳ୍ପରେ ଏଭଳି ଦକ୍ଷତାଗୁଡିକୁ ଉପଯୋଗ କରିବାକୁ ସକ୍ଷମ ହେବେ ତାହା ସୁନିଶ୍ଚିତ କରୁଛି। ସେହିଭଳି ସରକାରୀ ଆଇଟିଆଇ ଲକ୍ଷ୍ମୀପୁର କୋରାପୁଟର ପ୍ରିନ୍ସିପାଲ ଇଞ୍ଜିନିୟର ସୁଭେନ କୁମାର ବେହେରା କହିଛନ୍ତି, ଓଡ଼ିଶା ସରକାରଙ୍କ ଏକ ପ୍ରଶଂସନୀୟ ପଦକ୍ଷେପ କୌଶଳ ରଥ ମୋ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କୁ ଆଇଜି ଡ୍ରୋନ୍‌ ମାଧ୍ୟମରେ ଡ୍ରୋନ୍‌ ଟେକ୍ନୋଲୋଜିର ମୌଳିକତା ଉପରେ ତାଲିମ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମ ସେମାନଙ୍କୁ ସ୍କିଲ୍‌ ଇଣ୍ଡିଆ ଏନ୍‌ଏସ୍‌ଡିସି ଅନୁମୋଦିତ ପାଠ୍ୟକ୍ରମଗୁଡିକର ଜ୍ଞାନ ସହ ସମୃଦ୍ଧ କରିଛି। କୌଶଳ ରଥ ଅଭିଯାନକୁ ବିଶେଷକରି ସୁଦୂର ଅଣସଂରକ୍ଷିତ ଅଞ୍ଚଳଗୁଡିକରେ ଓଡ଼ିଶାର ଛାତ୍ରୀଛାତ୍ରମାନଙ୍କୁ ଅତ୍ୟାଧୁନିକ ଦକ୍ଷତା ବିକାଶ ସୁଯୋଗ ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri