Categories: ଜାତୀୟ

ସେନାକୁ ମିଳିବ ଶକ୍ତି: ପାକ୍‌ ସୀମାରେ ବୁଲେଟ୍‌ପ୍ରୁଫ୍‌ ଘାଟି ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ,୨୯ା୯: ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ ହିଂସା ବଢ଼ିଥିବାରୁ କେନ୍ଦ୍ର ସରକାର ଭାରତ-ପାକ୍‌ ସୀମାରେ ଥିବା ତାରବାଡ଼ର ଉନ୍ନତୀକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନୁପ୍ରବେଶ ଉପରେ ନଜର ରଖିବା ପାଇଁ ସୀମାରେ ଅଧିକ ଘାଟି ନିର୍ମାଣ କରାଯିବା ସହ ସେଗୁଡ଼ିକୁ ବୁଲେଟ୍‌ପ୍ରୁଫ୍‌ କରିବା ନିମନ୍ତେ ସରକାର ଯୋଜନା କରୁଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ-କଶ୍ମୀର ସମେତ ରାଜସ୍ଥାନ, ଗୁଜରାଟ ଏବଂ ପଞ୍ଜାବର ବିଭିନ୍ନ ସୀମାନ୍ତ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଛି। ସୀମାନ୍ତ ଅଞ୍ଚଳରେ ତୁରନ୍ତ ପହଞ୍ଚତ୍ବା ପାଇଁ ବିଭିନ୍ନ ନଦୀରେ ବିକାଶମୂଳକ ପ୍ରକଳ୍ପକୁ ମଞ୍ଜୁରୀ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧,୫୦୦ କୋଟି ଟଙ୍କା ବ୍ୟୟ ହେବ।

Share