Categories: ଜାତୀୟ

ଭାରତ କିଣିବ ୨୧ ମିଗ୍‌, ୧୨ ସୁଖୋଇ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ୨୧ଟି ମିଗ୍‌-୨୯ ଏବଂ ୧୨ ସୁଖୋଇ-୩୦ ଯୁଦ୍ଧ ବିମାନ ରୁଷ୍‌ଠାରୁ କିଣିବ। ଏନେଇ ସୁରକ୍ଷା କ୍ୟାବିନେଟ୍‌ କମିଟି ପକ୍ଷରୁ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ସହିତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ୮୩ ତେଜସ୍‌ ଯୁଦ୍ଧ ବିମାନ କିଣାଯିବା ପ୍ରସ୍ତାବକୁ କମିଟି ମଞ୍ଜୁର କରିଛନ୍ତି। ଏହାଦ୍ୱାରା ଏଲ୍‌ଏସି ଏବଂ ଏଲ୍‌ଓସିରେ ଚାଇନା ତଥା ପାକିସ୍ତାନର କଡ଼ା ମୁକାବିଲା କରିବାକୁ ଭାରତୀୟ ସେନା ସକ୍ଷମ ହେବ ବୋଲି କୁହାଯାଉଛି। ଭାରତର ଏଭଳି ନିଷ୍ପତ୍ତିକୁ ନେଇ ଚାଇନା ତଥା ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।

Share